ଓଡ଼ିଶାରେ ବିଜେପିର ବଡ଼ ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ । ବିଜେପି ଖେଳିପାରେ ସରପ୍ରାଇଜ କାର୍ଡ । କେନ୍ଦ୍ରମନ୍ତ୍ରୀ ର୍ଧେମନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର

473

କନକ ବ୍ୟୁରୋ : ଓଡିଶା ରାଜନୀତିରେ ଏଭଳି ପରିବର୍ତନ ବୋଧହୁଏ କେହି କେବେ ଭାବି ନଥିବେ । ଭାରତୀୟ ଜନତା ପାର୍ଟି ଓଡିଶାବାସୀଙ୍କ ବିଶ୍ୱାସ ହାତେଇଛି । ଜନାଦେଶ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ଓଡିଶାରେ ସରକାର ଗଢିବ ବିଜେପି । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଢିବ । ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ଟି ଆସନ । ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଏହି ବିଜୟ ଭିତରେ ଏବେ ସବୁଠୁ ବଡ ପ୍ରଶ୍ନ, ବିଜେପି ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ? ବିଜେପି ରଣନୀତି ଅନୁସାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ ସ୍ଥିର କରାଯାଇ ନଥିଲା । କନ୍ତୁ ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏବେ ସବୁଠୁ ବଡ ପ୍ରଶ୍ନ ୧୦ ତାରିଖରେ କିଏ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ, ତାହା ଉପରେ ସଭିଁଙ୍କ ନଜର । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାଛିବାରେ ସବୁବେଳେ ସସ୍ପେନ୍ସ ରଖିଥାଏ ବିଜେପି । ଗତବର୍ଷ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବି ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଶେଷ ପର୍ଯ୍ୟନ୍ତ ବି ଜଣା ନଥିଲା । ସଭିଁଙ୍କୁ ଚିକତ କଲା ଭଳି ମଧ୍ୟ ପ୍ରଦେଶରେ ମୋହନ ଯାଦବ ଓ ରାଜସ୍ଥାନରେ ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଗଲା ।

କିଏ ହେବେ ମୁଖ୍ୟମନ୍ତ୍ରୀ?
ଧର୍ମେନ୍ଦ୍ର ପ୍ରଧାନ
– ମୋଦୀ ସରକାରର ଅନ୍ୟତମ ପ୍ରମୁଖ ନେତା
– ସମ୍ବଲପୁର ଲୋକସଭାରୁ ବିଜୟୀ ହୋଇଛନ୍ତି
– କେନ୍ଦ୍ରରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମତା. ପେଟ୍ରୋଲିୟମ ମନ୍ତ୍ରୀ ରହିଛନ୍ତି
– ଦଳର ସଭାପତି ଏବଂ ଶୀର୍ଷ ନେତୃତ୍ୱଙ୍କ ପସନ୍ଦର ନେତା
– ୨୦୧୪ରୁ ଓଡ଼ିଶାରେ ଦଳର ପ୍ରମୁଖ ଚେହେରା
– ଓଡ଼ିଶାରେ ବିଜେପି ସୁଦୃଢ଼ ହେବା ପଛରେ ଅନ୍ୟତମ ପ୍ରମୁଖ ନେତା

ଲକ୍ଷ୍ମଣ ବାଗ
– ବିଜେପି ମୁଖ୍ୟମନ୍ତ୍ରୀ ରେସ୍ରେ ରହିଛନ୍ତି ଲକ୍ଷ୍ମଣ ବାଗ୍
– ନବୀନ ପଟ୍ଟନାୟକଙ୍କୁ ହରାଇ ଇତିହାସ ରଚିଛନ୍ତି ଲକ୍ଷ୍ମଣ
– କଂଟାବାଞ୍ଜି ଆସନରୁ ହାରିଛନ୍ତି ନବୀନ ପଟ୍ଟନାୟକ
– ମୁଖ୍ୟମନ୍ତ୍ରୀଙ୍କୁ ୧୬,୩୨୧ ଭୋଟ୍ରେ ହରାଇଛନ୍ତି ଲକ୍ଷ୍ମଣ
– କଂଟାବାଞ୍ଜିର ଦାଦନ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିଥିଲା ବିଜେପି
– କଂଟାବାଞ୍ଜିର ଦାଦନ ସମସ୍ୟା ସବୁବେଳେ ଚର୍ଚ୍ଚାରେ ରହିଥାଏ
– ଏବେ ନବୀନଙ୍କୁ ହରାଇ ବିଜେପିକୁ ବଡ ଉପହାର ଦେଇଛନ୍ତି ଲକ୍ଷ୍ମଣ ବାଗ
– ତେଣୁ ବିଜେପି ସରକାରରେ ଲକ୍ଷ୍ମଣ ବାଗ ପାଇପାରନ୍ତି ବଡ ପୁରସ୍କାରଟ
– ନିର୍ବାଚନ ପ୍ରଚାର ବେଳେ ଲକ୍ଷ୍ମଣ ବାଗଙ୍କୁ ସେର ବା ସିଂହ ବୋଲି କହିଥିଲେ ମୋଦୀ

ପ୍ରତାପ ଷଡ଼ଙ୍ଗୀ
– ବାଲେଶ୍ୱରରେ ପୁଣି ବାଜି ମାରିଲେ ପ୍ରତାପ ଷଡ଼ଙ୍ଗୀ
– ଲଗାତାର ଦ୍ୱିତୀୟ ଥର ପାଇଁ ବାଲେଶ୍ୱର ସାଂସଦ ଭାବେ ମାରିଲେ ବାଜି
– ୨୦୧୯ରେ ମୋଦୀ ସରକାରରେ ମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ
– ଉତର ଓଡିଶାରେ ବିଜେପିକୁ ସଫଳ କରାଇବାରେ ତୁଲାଇଛନ୍ତି ପ୍ରମୁଖ ଭୂମିକା
– ନିରାଡମ୍ବର ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ
– ବାଲେଶ୍ୱର ସାଂସଦ ପୂର୍ବରୁ ଦୁଇ ଥର ବିଧାୟକ ରହିଛନ୍ତି
– ଓଡି଼ଶା ବିଜେପିର ଅନ୍ୟତମ ଫାୟାରବ୍ରାଣ୍ଡ ନେତା
– ସଂଘ ପରିବାର ସହିତ ପ୍ରତାପଙ୍କର ରହିଛି ଲିଙ୍କ୍

ବୈଜୟନ୍ତ ପଣ୍ଡା
– ଓଡିଶା ବିଜେପିର ପ୍ରଭାବଶାଳୀ ନେତା ବୈଜୟନ୍ତ ପଣ୍ଡା
– କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ହୋଇଛନ୍ତି ବିଜୟୀ
– ବିଜେପିର ଅନ୍ୟତମ ହେଭିୱେଟ୍ ନେତା
– ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ମୁଖପାତ୍ର ଦାୟିତ୍ୱରେ ଅଛନ୍ତି
– ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ବି ତୁଲାଇଛନ୍ତି
– ମାର୍ଚ୍ଚ, ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ ବୈଜୟନ୍ତ

ସୁରଜ ସୂର୍ଯ୍ୟବଂଶୀ
– ବିଜେପିର ଉଦୟମାନ ତାରକା ସୁରଜ ସୂର୍ଯ୍ୟବଂଶୀ
– ଯୁବ ନେତା ହେବ ସହ ଭଲ ବକ୍ତା
– ଦଳିତ ଚେହେରା, ସ୍ୱଚ୍ଛ ଓ ନିର୍ମଭ ଭାବ ମୂର୍ତି
– ଧାମନଗର ଉପନିର୍ବାଚନରେ ବିଜୟୀ ହୋଇ ସଭିଁଙ୍କୁ ଚକିତ କରିଥିଲେ
– ବିଜେଡିକୁ ରେକର୍ଡ ଭୋଟ୍ରେ ହରାଇଥିଗେ ସୂର୍ଯ୍ୟବଂଶୀ
– ବିଜେଡି ଗଡ଼ରେ ଲଢି ବିଜୟୀ ହୋଇଥିଲେ ସୁରଜ
– ଯୁବ ଚେହେରା, ପରିପକ୍ୱ ରାଜନେତା ହୋଇଥିବାରୁ ଦଳରେ ରହିଛି ଗୁରୁତ୍ୱ
– ପୂର୍ବ କୌଣସି କ୍ଷମତାରେ ରହି ନାହାଁନ୍ତି
– ଦ୍ୱିତୀୟ ଥରର ବିଧାୟକ
– ମୁଖ୍ୟମନ୍ତ୍ରୀ ପାଇଁ ଖୁବ୍ କମ୍ ବୟସ
– ଜାତୀୟ ନେତାଙ୍କ ସହ କମ୍ ଘନିଷ୍ଠ

କନକବର୍ଦ୍ଧନ ସିଂଦେଓ
– ରାଜ୍ୟ ବିଜେପିର ପ୍ରଭାବଶାଳୀ ନେତା କନକ ବର୍ଦ୍ଧନ ସିଂଦେଓ
– ବଲାଙ୍ଗୀର ରାଜା ପରିବାରର ସଦସ୍ୟ
– ପାଟଣାଗଡ଼ର ରାଜା କନକ ବର୍ଦ୍ଧନ
– ସ୍ତ୍ରୀ ସଙ୍ଗୀତା ସିଂଦେଓ ବଲାଙ୍ଗୀର ସାଂସଦ ଭାବେ ହୋଇଛନ୍ତି ବିଜୟୀ
– ପଟଣାଗଡ ବିଧାୟକ ଭାବେ ବାଜି ମାରିଛନ୍ତି କନକ ବର୍ଦ୍ଧନ
– ପୂର୍ବରୁ – ବିଧାୟକ ଭାବେ ହୋଇଛନ୍ତି ନିର୍ବାଚିତ
– ପୂର୍ବରୁ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଛନ୍ତି
– ବିଜେପି-ବିଜେଡି ମିଳିତ ସରକାରରେ ମନ୍ତ୍ରୀ ରହିଛନ୍ତି କନକ ବର୍ଦ୍ଧନ

ଗିରିଶ ମୁର୍ମୁ
– ମୁଖ୍ୟମନ୍ତ୍ରୀ ତାଲିକାରେ ସରପ୍ରାଇଜ୍ କାର୍ଡ ହୋଇପାରନ୍ତି ଗିରିଶ ଚନ୍ଦ୍ର ମୁର୍ମୁ
– ଆଦିବାସୀ ଚେହେରା ଥିବାରୁ ମିଳିପାରେ ସୁଯୋଗ
– ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଗିରିଶ ମୁର୍ମୁ
– ଗତ ବର୍ଷ ନ୍ୟୁୟର୍କରେ ଜାତିସଂଘ ଆଭ୍ୟନ୍ତରୀଣ ସମୀକ୍ଷକ ସମିତିରେ ଅଧ୍ୟକ୍ଷ ରହିଥିଲେ ଶ୍ରୀ ମୁର୍ମୁ
– ଗୁଜରାଟରେ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରମୁଖ ସଚିବ ଥିଲେ
– ଜମ୍ମୁ-କାଶ୍ମୀରର ପ୍ରଥମ ଉପ-ରାଜ୍ୟାପାଳ ଭାବେ ମିଳିଛି ଦାୟିତ୍ୱ
– ମୟୁରଭଞ୍ଜ ଜିଲ୍ଲା, ବେତନଟି ମୂଳ ବାସିନ୍ଦା ଶ୍ରୀ ମୁର୍ମୁ
– ଗିରିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା