ଆମେରିକା ରାଷ୍ଟ୍ରପତିଙ୍କ କ୍ୟାବିନେଟରେ ଆଉଜଣେ ଭାରତୀୟ ବଂଶୋଦ୍ଭବ: ନେରା ଟାଣ୍ଡେନଙ୍କୁ ହ୍ୱାଇଟ ହାଉସ ପରିଚାଳନା ଓ ବଜେଟ୍ ମୁଖ୍ୟ ଦାୟିତ୍ୱ ଦେଲେ ବାଇଡେନ୍

ବିଲ କ୍ଲିଂଟନଙ୍କ ସମୟରେ ହ୍ୱାଇଟ ହାଉସରେ କରିଥିଲେ କାର୍ଯ୍ୟ

105

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବାପରେ ହ୍ୱାଇଟ ହାଉସରେ ଭାରତୀୟ ବଂଶୋଦ୍ଭବଙ୍କ ପରିଆରା ବଢିବାରେ ଲାଗିଛି । ପ୍ରଥମେ କମଲା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏବେ ଆଉଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ଟିମରେ ନେଇଛନ୍ତି ବାଇଡେନ୍ । ଭାରତୀୟ-ମାର୍କିନ ମହିଳା ନେରା ଟାଣ୍ଡେନଙ୍କୁ ହ୍ୱାଇଟ ହାଉସ ପରିଚାଳନା ଓ ବଜେଟ୍ ମୁଖ୍ୟ ଭାବେ ଦାୟିତ୍ୱ ମିଳିଛି । ସେ ବର୍ତମାନ ସେଂଟର ଫର ଆମେରିକା ପ୍ରଗତି ଥିଙ୍କ ଟ୍ୟାଙ୍କର ସଭାପତି ଅଛନ୍ତି ।

ନୂଆ ଦାୟିତ୍ୱରେ ସେ ରାଷ୍ଟ୍ରପତିଙ୍କ ତରଫରୁ ସମଗ୍ର ସରକାରଙ୍କ ବଜେଟ୍ ପ୍ରକ୍ରିୟା ତଦାରଖ କରିବେ । ତେବେ ନେରାଙ୍କ ନିଯୁକ୍ତିକୁ ନେଇ କିଛି ମହଲରେ ପ୍ରବଳ ବିରୋଧାଭାସ ହେଉଛି । ତଥାପି ଟ୍ରମ୍ପଙ୍କ ଜଣେ ତୀବ୍ର ସମାଲୋଚକ ଭାବେ ଜଣାଶୁଣା ନେରାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି ପ୍ରେସିଡେଂଟ ଇଲେକ୍ଟ ଜୋ ବାଇଡେନ୍ । ପୂର୍ବରୁ ନେରା ଟାଣ୍ଡେନ, ରାଷ୍ଟ୍ରପତି ବିଲ କ୍ଲିଂଟନଙ୍କ ସମୟରେ ହ୍ୱାଇଟ ହାଉସରେ କାର୍ଯ୍ୟ କରୁଥିଲେ । ଏପରିକି ହିଲାରି କ୍ଲିଂଟନ ସିନେଟ୍ ନିର୍ବାଚନ ଲଢିବାବେଳେ ନେରା ତାଙ୍କର ଡେପୁଟି କ୍ୟାମ୍ପେନ ମ୍ୟାନେଜର ଦାୟିତ୍ୱ ନିର୍ବାହ କରିଛନ୍ତି ।