କଂଗ୍ରେସ ଛାଡି ଆସିଥିଲେ, ମୁଖ୍ୟମନ୍ତ୍ରୀ ବନିଗଲେ । ଜାଣନ୍ତୁ ମାଣିକ ଶାହା କିଏ ?

270

କନକ ବ୍ୟୁରୋ: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାଣିକ ଶାହା କିଏ ? ସଂକ୍ଷେପରେ ଜାଣନ୍ତୁ ମାଣିକଙ୍କ ବାବଦରେ…

-ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମାଣିକ ଶାହା
-୬ ବର୍ଷ ପୂର୍ବେ ମାଣିକ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ
-ବିଜେପିରେ ସାମିଲ ହେବାର ଦୁଇବର୍ଷ ମଧ୍ୟରେ ପ୍ରଦେଶ ଅଧ୍ୟକ୍ଷ ହୋଇପାରିଥିଲେ
-ଅଧ୍ୟକ୍ଷ ହେବା ପରେ ବୁଥ ସ୍ତରରେ ଦଳକୁ ମଜବୁତ କରିବାକୁ କାମ କରିଥିଲେ
-ତ୍ରିପୁରା କ୍ରିକେଟ ଆସୋସିଏସନର ସଭାପତି ବି କରାଗଲା
-ନିକଟରେ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ ମାଣିକ
– ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ପେଶାରେ ହେଉଛନ୍ତି ଜଣେ ଡେଂଟିଷ୍ଟ
-ମୁଖ୍ୟମନ୍ତ୍ରୀ ଚୟନିତ ହେବା ପଛରେ ମାଣିକଙ୍କ ଛବି ଓ ଦଳରେ ତାଙ୍କର ପ୍ରଭାବ ବୋଲି କୁହାଯାଉଛି
-ସେ କୌଣସି ଗୋଷ୍ଠୀର ନୁହନ୍ତି ଓ ପାର୍ଟିରେ ତାଙ୍କ ଛବି ନ୍ୟୁଟ୍ରାଲ ବୋଲି କୁହାଯାଏ
-ତ୍ରିପୁରା ନିର୍ବାଚନରେ ବିଜେପିର ବିଜୟ ପଛରେ ମାଣିକ ଶାହାଙ୍କ ପ୍ରମୁଖ ଭୂମିକା ରହିଛି