କନକ ବ୍ୟୁରୋ: ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ହୋଇଛନ୍ତି ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଳଦୀପ ପାର୍ଟିର ମୁଖ୍ୟ ମୋହମ୍ମଦ ମୁଇଜୁ । ୫୪ ପ୍ରତିଶତ ଭୋଟ ପାଇ ସେ ଇବ୍ରାହିମ୍ ମୋହମ୍ମଦ ସୋଲିହଙ୍କୁ ହରାଇଛନ୍ତି । ତେବେ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ଭାରତକୁ ଝଟକା ଲାଗିଥିବା କୁହାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାର କାରଣ ହେଉଛି ମୁଇଜୁ ହେଉଛନ୍ତି ଚୀନର ବଡ ସମର୍ଥକ । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ସେ କହିଥିଲେ ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଦେଶରେ ଚୀନର ନିବେଶ ବଢିବ । ଦୁଇ ଦେଶ ଅଧିକ ନିକଟବର୍ତ୍ତୀ ହେବେ । ନିର୍ବାଚନ ପୂର୍ବରୁ ମୁଇଜୁ ଚୀନର କମ୍ୟୁନିଷ୍ଟ ପାର୍ଟି ନେତାଙ୍କୁ ଭେଟିଥିଲେ ।
ଅନ୍ୟପଟେ ମାଳଦୀପ ସହ ମଧ୍ୟ ଭାରତର ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତର ପଣ୍ୟବାହୀ ଜାହାଜ ସବୁ ସମୁଦ୍ର ପଥରେ ମାଳଦୀପ ହୋଇ ଯାଆନ୍ତି । ଏହା ଏକ ସେଣ୍ଟର ପଏଣ୍ଟ । ୨୦୧୮ରେ ଯେତେବେଳେ ଇବ୍ରାହିମ୍ ସୋଲିହ ମାଳଦ୍ୱୀପର ରାଷ୍ଟ୍ର୍ରପତି ହେଲେ ସେତେବେଳେ ଭାରତ ସହ ଏହି ଦେଶର ସମ୍ପର୍କ ଦୃଢ ହୋଇଥିଲା । ମାଳଦ୍ୱୀପରେ ଭାରତ ନିବେଶ ମଧ୍ୟ କରିଥିଲା । କିନ୍ତୁ ଏବେ ଚୀନର ବଡ ସମର୍ଥକ ମୁଇଜୁ ମାଳଦୀପର ରାଷ୍ଟ୍ରପତି ହୋଇଥିବାବେଳେ ଚୀନର ପକ୍ଷ ନେଇ ଭାରତକୁ ସମସ୍ୟାରେ ପକାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।