ପଞ୍ଚାୟତ ଫଇସଲା : ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ; ଜାଣନ୍ତୁ କେଉଁ ଜୋନରେ କିଏ ଆଗୁଆ ?

Advertisment
ଝାରସୁଗୁଡ଼ା ଉପନିର୍ବାଚନ : ୩ ପ୍ରମୁଖ ଦଳର ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ଏବେ ମୈଦାନ ପ୍ରସ୍ତୁତ; ଆଜିଠୁ ଜୋରଦାର ହେବ ପ୍ରଚାର

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଓଡଗାଁରୁ ପ୍ରାରମ୍ଭିକ ଟ୍ରେଣ୍ଡ ଆସିଛି । ଓଡଗାଁ ବ୍ଲକ ୧ନଂ ଜୋନରେ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ସେପଟେ, ପ୍ରଥମ ରାଉଣ୍ଡ ସୁ୍ଦ୍ଧା କେନ୍ଦୁଝର ସଦରରେ ବିଜେଡି ଆଗୁଆ ରହିଛି । ୪ନଂ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ଘଟଗାଁ ବ୍ଲକର ୭ନଂ ଜୋନରେ ବିଜେଡି, ଆନନ୍ଦପୁରର ୧ନଂ ଜୋନରେ ବିଜେଡି, ଘଷିପୁରାର ୧୦ନଂ ଜୋନରେ ବିଜେଡି, ଗଞ୍ଜାମ ସୋରଡାର ୬୩ନଂ ଜୋନରେ ବିଜେଡି, ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ୧୬ନଂ ଜୋନରେ ବିଜେଡି, ଖଣ୍ଡପଡାର ୧୨ନଂ ଜୋନରେ ବିଜେପି , ନୂଆଗାଁ ବ୍ଲକର ୧୬ନଂ ଜୋନରେ ବିଜେଡି ଆଗୁଆ ରହିଛି । ସେହିପରି ସୁନ୍ଦରଗଡ ଜିଲ୍ଲା କୋରଡାର ୫ନଂ ଜୋନରେ ସିପିଏମ୍ ପ୍ରାର୍ଥୀ ଆଗୁଆ ରହିଛି । କଳାହାଣ୍ଡି କେସିଙ୍ଗାର ୧ନଂ ଜୋନରେ ବିଜେଡି ଆଗୁଆ ରହିଛି ।

ସେହିପରି ବାଲିଗୁଡା ବ୍ଲକ ୧୫ନଂ ଜୋନରେ ବିଜେଡି, ବରଗଡ ଜିଲ୍ଲା ଅମ୍ବାଭନା ବ୍ଲକର ୧ନଂ ଜୋନରେ ବିଜେଡି, ବରଗଡ ପଦ୍ମପୁର ବ୍ଲକ ୧ନଂ ଜୋନରେ ବିଜେଡି ଆଗୁଆ ରହିଛି । ବୌଦ୍ଧର ୪ନଂ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ । ସେହିପରି କଣ୍ଟାମାଳ ବ୍ଲକର ୧ନଂ ଜୋନରେ ବିଜେପି ଆଗୁଆ ରହିଛି । ଝାରବନ୍ଧରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି । କନ୍ଧମାଳ ଜି.ଉଦୟଗିରି ୫ନଂ ଜୋନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ୧ନଂ ଜୋନରେ ବିଜେଡି ଆଗୁଆ ରହିଛି । ପାଟଣା ବ୍ଲକର ୨୧ନଂ ଜୋନରେ ବିଜେଡି ଆଗୁଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe