ଭାରତର ଶତ୍ରୁମାନଙ୍କୁ ବିଦେଶରେ ଅଜ୍ଞାତ ଆକ୍ରମଣକାରୀ ମାନେ ଖୋଜି ଖୋଜି ହତ୍ୟା କରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଲା ସାହିଦ ଲତିଫ ।

Advertisment

୧୧/୧୦/୨୦୨୩  - ସାହିଦ ଲତିଫ

ଆଜି ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦ ଲତିଫକୁ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି । ସାହିଦ ଲତିଫ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ।

ଜାନୁୟାରୀ ୨, ୨୦୧୬ ରେ ପଞ୍ଜାବର ପଠାନକୋଟରେ ଘଟିଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫ ଥିଲା ।  ଏହା ବ୍ୟତୀତ ସାହିଦ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା ।

 ୨୨/୦୨/୨୦୨୩  - ବଶୀର ଅହମ୍ମଦ ପୀର ଓରଫ ଇମତିଆଜ ଆଲାମ

ଗତ ଫେବୃଆରୀରେ ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ବାସିନ୍ଦା ବଶିର ଅହମ୍ମଦ ପୀର ଓରଫ ଇମତିଆଜ ଆଲାମକୁ ପାକିସ୍ତାନର ଜଣେ ଅଜ୍ଞାତ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲା । ସେ ହିଜବୁଲ ମୁଜାହିଦ୍ଦିନର ଲଞ୍ଚିଂ କମାଣ୍ଡର ଥିଲା । ବଶିର ଅହମ୍ମଦ ପୀର ଓରଫ ଇମତିଆଜ ଆଲାମକୁ ପାକିସ୍ତାନର ରାୱଲପିଣ୍ଡିରେ  ଗୁଳି କରି ହତ୍ୟା କରାଯାଇଥିଲା। ଗତ ବର୍ଷ ଭାରତ ସରକାର ତାକୁ  ଆତଙ୍କବାଦୀ ଘୋଷଣା କରିଥିଲେ। ସେ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଖାଦ୍ଯସାମଗ୍ରୀ ଏବଂ ଅନ୍ୟାନ୍ୟ ସାଧନ ଯୋଗାଇବା ପାଇଁ ରାୱଲପିଣ୍ଡିରେ ରହି କାମ କରୁଥିଲା ।

୨୨/୦୨/୨୦୨୩  - ଇଜାଜ ଅହମ୍ମଦ ଅହଙ୍ଗର

ଆତଙ୍କବାଦର ଖୋଲାବହି ଭାବରେ ଜଣାଶୁଣା ଇଜାଜ ଅହମ୍ମଦ ଅହଙ୍ଗରଙ୍କୁ ଫେବୃଆରୀ ୨୨ ରେ ଆଫଗାନିସ୍ତାନର କାବୁଲରେ ହତ୍ୟା କରାଯାଇଥିଲା। ଭାରତରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ସ୍ଥାପନା କରିବା ତାର ଲକ୍ଷ୍ୟ ଥିଲା । ଅଲ କାଏଦା ସହ ସିଏ ସମ୍ପର୍କରେ ଥିଲା । ୧୯୯୬ ରେ  କାଶ୍ମୀର ଜେଲରୁ ମୁକ୍ତ ହେବା ପରେ ସେ ପାକିସ୍ଥାନକୁ ପଳାଇଥିଲା ଏବଂ ପରେ ସେଠାରୁ ଆଫଗାନିସ୍ତାନ ଯାଇଥିଲା । ସିଏ ଭାରତ ସରକାରଙ୍କର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ।  ଅହମ୍ମଦ ଅହଙ୍ଗର ୧୯୭୪ ମସିହାରେ ଶ୍ରୀନଗରର ନୱାକଡାଲରେ ଜନ୍ମଗ୍ରହଣ କରିଥିଲା ।  ଅଲ-କାଏଦା ଏବଂ ଅନ୍ୟାନ୍ୟ ବିଶ୍ୱ ଆତଙ୍କବାଦୀ ସଂଗଠନ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ।

୨୬/୦୨/୨୦୨୩  -  ସୟଦ ଖାଲିଦ ରଜା  

୨୬ ଫେବୃଆରୀରେ ପାକିସ୍ତାନରେ ଅଲ-ବଦରର ପୂର୍ବ କମାଣ୍ଡର ସୟଦ ଖାଲିଦ ରଜାକୁ ଗୁଳି କରି ହତ୍ୟା କରାଯାଇଥିଲା। ଅଲ-ବଦର ଏକ ଚରମପନ୍ଥୀ ମୁସଲିମ ଆତଙ୍କବାଦୀ ସଂଗଠନ । ଖାଲିଦ ରଜା କାଶ୍ମୀରରେ ଆତଙ୍କବାଦୀଙ୍କୁ ତାଲିମ ଦେଉଥିଲା । ସୟଦ ଖାଲିଦ ରଜାକୁ  କରାଚିରେ ଥିବା ତା ଘର ବାହାରେ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ସୁଟର ରଜାଙ୍କ ମୁଣ୍ଡରେ ଗୁଳି ଚଳାଇଥିଲା । ଖାଲିଦ ରଜା କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାରେ ସକ୍ରିୟ ଥିଲା ।

୦୪/୦୩/୨୦୨୩  - ସୟଦ ନୂର ଶାଲୋବର

ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଆତଙ୍କବାଦୀ ସୟଦ ନୁର ଶାଲୋବରକୁ ପାକିସ୍ତାନର ଖାଇବର ପାଖତୂନ୍  ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରିଥିଲେ। ପାକିସ୍ତାନୀ ସେନା ଏବଂ ଗୁପ୍ତଚର ଏଜେନ୍ସି ଆଇଏସଆଇର ସହଯୋଗରେ ଶାଲୋବର କାଶ୍ମୀରରେ ଆତଙ୍କବାଦ ବିସ୍ତାର କରୁଥିଲା ଏବଂ ନୂତନ ଆତଙ୍କବାଦୀ ମାନଙ୍କୁ ତାଲିମ ଦେଉଥିଲା ।

ରାୱଲକୋଟରେ ମହମ୍ମଦ ରିୟାଜକୁ ହତ୍ୟା

ଆତଙ୍କବାଦୀ ମହମ୍ମଦ ରିୟାଜକୁ ପାକିସ୍ତାନ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରବାଦ ଠାରୁ ୧୩୦ କିଲୋମିଟର ଦୂରରେ ଥିବା ରାୱାଲକୋଟରେ ହତ୍ୟା କରାଯାଇଥିଲା । ଶୁକ୍ରବାର ଦିନ ଏକ ମସଜିଦରେ ନମାଜ ପଢିବା ସମୟରେ ସେ ନିହତ ହୋଇଥିଲା । ଜଣେ ଅଜ୍ଞାତ ଆକ୍ରମଣକାରୀ ତା ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲା । ସେ  ଆବୁ କାସିମ କାଶ୍ମୀରୀ ଭାବରେ ମଧ୍ୟ ଜଣାଶୁଣା ଥିଲା । ଚଳିତ ବର୍ଷ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାର ପାଞ୍ଚଜଣ ସୈନିକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପାଇଁ ଅବୁ କାସୀମ ଦାୟୀ ଥିଲା । ତାକୁ ଇସଲାମବାଦୀ ଗରିଲା ନେତା ମଧ୍ୟ କୁହାଯାଉଥିଲା କାରଣ ସେ ଗରିଲା ଯୁଦ୍ଧରେ ମାହିର ଥିଲା । ଭାରତୀୟ ସେନା ଉପରେ ଲୁଚିଛପି ଆକ୍ରମଣ କରୁଥିଲା ।