କିଏ ଜୟା ଭରଦ୍ୱାଜ? ଯାହାଙ୍କୁ ଷ୍ଟାଡିୟମ ଭିତରେ ପ୍ରପୋଜ କଲେ ଦୀପକ ଚହର 

422

କନକ ବ୍ୟୁରୋ: ପଡିଆ ଭିତରେ ପ୍ରେମ ନିବେଦନ । ଷ୍ଟାଡିୟମ ଭିତରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଚେନ୍ନାଇର ପେସ ବୋଲର ଦୀପକ ଚହର । ଆଜିର ଚେନ୍ନାଇ ପଞ୍ଜାବ ମ୍ୟାଚରେ ଏମିତି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିଜର ପ୍ରେମିକାଙ୍କୁ ଏଭଳି ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରି ଏବେ ଚର୍ଚ୍ଚାରେ ଦୀପକ ଚହର ।

ଆଜିର ମ୍ୟାଚ ଶେଷ ହେବା ପରେ ପାଭିଲିୟନରେ ବସିଥିବା ନିଜ ପ୍ରେମିକାଙ୍କୁ ପାଖକୁ ଯାଇଥିଲେ ଦୀପକ । ସେଠାରେ ଆଣ୍ଠେଇ ଫିଲ୍ମ ଷ୍ଟାଇଲରେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ଦୀପକ । ଆଉ ରିଙ୍ଗ ମଧ୍ୟ ଦେଇଥିଲେ । ଏହି ଘଟଣା ସମୟରେ ପାଖରେ ଥିବା ଦର୍ଶକ ମଧ୍ୟ ତାଳି ମାରି ଉଭୟଙ୍କୁ ଉତ୍ସାହିତ କରିଥିଲେ । ଏବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଉଠୁଥିବ କିଏ ଏହି ଯୁବତୀ, ଯାହାଙ୍କୁ ପ୍ରପୋଜ କଲେ ଦୀପକ ।

ଏହି ଯୁବତୀ ଜଣକ ହେଉଛନ୍ତି ବିଗ ବସ ଫେମ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ଜୟା ଭରଦ୍ୱାଜ । ଜୟା ଏବେ କର୍ପୋରେଟ ସେକ୍ଟରରେ ଚାକିରି କରୁଛନ୍ତି । ବର୍ତ୍ତମାନ ଦୀପକଙ୍କୁ ଚିୟର କରିବା ପାଇଁ ୟୁଏଇ ଯାଇଛନ୍ତି ଜୟା । ତେବେ ଉଭୟଙ୍କ ଏଭଳି ଏକ ମୂହୁର୍ତ୍ତକୁ ସିଦ୍ଧାର୍ଥ ଭରଦ୍ୱାଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଆଉ ଉଭୟଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।