ହେଲିକପ୍ଟର ଦୁର୍ଘଟଣା: ଜୀବିତ ଥିବା ଶୌର୍ଯ୍ୟଚକ୍ର ବିଜେତା ବରୁଣ ସିଂହଙ୍କ ବାବଦରେ ଜାଣିଛନ୍ତି କି?

811

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରେ ସମୁଦାୟ ୧୪ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଡିଫେନ୍ସ ଷ୍ଟାଫ୍  ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ହିଁ ଜୀବିତ ଅଛନ୍ତି । ଆହତ ଅବସ୍ଥାରେ ୱେଲିଙ୍ଗଟନ୍‌ର ଆର୍ମି ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଆହତ ୱିଙ୍ଗ କମାଣ୍ଡର ବରୁଣ ସିଂ (୨୭୯୮୭) (ଫ୍ଲାଇଙ୍ଗ ପାଇଲଟ) ହେଉଛନ୍ତି ହାଲୁକା ଯୁଦ୍ଧ ବିମାନ ସକ୍ୱାଡ୍ରନ୍।

ଏକ ସ୍ୱତନ୍ତ୍ର ଗ୍ୟାଲେଣ୍ଟ୍ରି କାର୍ଯ୍ୟ ପାଇଁ ତାଙ୍କୁ ଚଳିତ ବର୍ଷର ସ୍ୱାଧୀନତା ଦିବସରେ ଶୋର୍ଯ୍ୟଚକ୍ରରେ ମଧ୍ୟ ସମ୍ମାନିତ କରାଯାଇଛି । ସେ ୨୦୨୦ରେ ଏକ ଜରୁରୀକାଳୀନ ପରିସ୍ଥିତିରେ ଏଲସିଏ ତେଜସ ଯୁଦ୍ଧ ବିମାନକୁ ସୁରକ୍ଷିତ ଅବତରଣ କରିଥିଲେ। ସୂଚନା ମୁତାବକ ଲାଇଟ୍ କମ୍ବାଟ୍ ବିମାନ ତେଜସ୍ । ଏହାକୁ ଜରୁରୀକାଳୀନ ସମୟରେ ଦକ୍ଷତାର ସହିତ ଉଦ୍ଧାର କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଫ୍ଲାଇଟ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ପ୍ରେସରାଇଜେସନ୍ ସିଷ୍ଟମରେ ଏକ ବଡ଼ ଉନ୍ନତି ପରେ ସେମାନେ ଏଲସିଏ ତେଜସ୍ ଉଡାଉଛନ୍ତି । ଏହି ସମୟରେ ଉଚ୍ଚତର କକ୍ପିଟ୍ ଚାପ ବିଫଳ ହୋଇଥିଲା। ଆଉ ଏହାପରେ ନିଜର ବୁଦ୍ଧି ଖଟାଇ ସେ ତେଜସର ସୁରକ୍ଷିତ ଅବତରଣ କରାଇଥିଲେ ।