କନକ ବ୍ୟୁରୋ : ରାଜ୍ୟରେ ଆଳୁ ଦର ଅଧିକା ନାହିଁ । ଆଳୁ ଦର ନିୟନ୍ତ୍ରଣରେ ଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାଜ୍ୟରେ ଆଳୁଦର ସନ୍ତୁଳିତ ଅବସ୍ଥାରେ ରହିଛି । ୩୦ ଟଙ୍କା ତଳେ ରହିଛି କିଲୋ ପିଛା ଆଳୁ । ଆଗାମୀ ଦିନରେ ଆହୁରି କମିବ ଦର । ପଶ୍ଚିମବଙ୍ଗରୁ ବି ଆଳୁ ଟ୍ରକ୍ ସ୍ୱାଭାବିକ ଭାବେ ଓଡ଼ିଶା ଆସୁଥିବା କହିଛନ୍ତି ମନ୍ତ୍ରୀ ।
ସେପଟେ ମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ବୋରୋଧୀ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମନ୍ତ୍ରୀଙ୍କୁ ୩୦ ଟଙ୍କାରେ ଆଳୁ ଦେଉଛି କିଏ । ରାଜ୍ୟରେ ସବୁଆଡ଼େ ଚଢ଼ା ଦରରେ ବିକ୍ରି ହେଉଛି ଆଳୁ । ହେଲେ ମନ୍ତ୍ରୀ କହୁଛନ୍ତି ଓଲଟା କଥା । ଗାଁକୁ ଯାଇ, ବଜାର ବୁଲି ସ୍ଥିତି ପରଖିବାକୁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ବିରୋଧୀ । ମନ୍ତ୍ରୀ ବାସ୍ତବିକ କଥା ନକହି କାଳ୍ପନିକ କଥା କହୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/07/6-44.jpg)