ଆଇଏଏସ୍ ଟିନା ଡାବିଙ୍କଠାରୁ ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବେ ଅତହର ଅମୀର ଖାନ୍ । ଜାଣନ୍ତୁ କିଏ ଏହି ଯୁବତୀ

850

କନକ ବ୍ୟୁରୋ: ୟୁପିଏସସି ଟପର ଏବଂ ଆଇଏଏସ୍ ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ଅତହର ଅମୀର ଖାନ୍ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ଡାକ୍ତର ମେହରୀନ୍ କାଜୀଙ୍କୁ ବିବାହ କରିବେ ବୋଲି ସୂଚନା ରହିଛି । ନିକଟରେ ଅତହରଙ୍କ ପ୍ରଥମ ପତ୍ନୀ ଟିନା ଡାବି ଛାଡପତ୍ର ପରେ ଆଇଏଏସ୍ ପଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ । ଏବେ ଅତହର ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।

୨୦୧୫ ୟୁପିଏସସି ପରୀକ୍ଷାରେ ଅତହର ଦ୍ୱିତୀୟ ର୍ୟାଙ୍କରେ ଥିବାବେଳେ ଟିନା ପଅ୍ରଥମ ଟପ୍ପର ହୋଇଥିଲେ । ଟ୍ର୍ରେନିଙ୍ଗ ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢି ପ୍ରେମରେ ବଦଳିଥିଲା । ଦୁହେଁ ଦୁଇ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବିଭିନ୍ନ ସ୍ତରରୁ ଅଭିଯୋଗ ଆସିଥିଲେ ବି ଦୁହେଁ ବିବାହ ବନ୍ଧନରେ ବାନ୍ସି ହୋଇଥିଲେ । ହେଲେ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିନଥିଲା । କୌଣସି କାରଣରୁ ଦୁହେଁ ଆପୋଷ ବୁଝାମଣାରେ ପରସ୍ପରଠାରୁ ଛାଡପତ୍ର ନେଇଥିଲେ । ୨୦୨୦ରେ ଛାଡପତ୍ର ପରେ ଚଳିତ ବର୍ଷ ଆରମ୍ଭ ରେ ଟିନା ବିବାହ କରିଥିଲେ ।

ଏହାପରେ ଏବେ ଅତହର ମଧ୍ୟ ନିଜ ଜୀବନକୁ ଆଗକୁ ଗଡେଇନେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଡାକ୍ତର ମେହରୀନ୍ କାଜିଙ୍କ ବିବାହ କରିବାକୁ ଯାଉଛନ୍ତି । ମେହରୀନ୍ ଶ୍ରୀନଗରର ଲାଲବାଜାରର ବାସିନ୍ଦା । ସେ ବର୍ତ୍ତମାନ ଦିଲ୍ଲୀ ରାଜୀବ ଗାନ୍ଧୀ କ୍ୟାନ୍ସର ସଂସ୍ଥାନ ଓ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ।

ଡାକ୍ତର ମେହରୀନ୍ ସେବା କ୍ଷେତ୍ରରେ ଯେତିକି ଆଗୁଆ ଫ୍ୟାସନ ଜଗତରେ ମଧ୍ୟ ସେତିକି ସକ୍ରିୟ । ମହିଳାଙ୍କ ସହ ଜଡିତ ବ୍ରାଣ୍ଡକୁ ପ୍ରମୋଟ କରିବାରେ କାର୍ଯ୍ୟ କରୁଛନ୍ତି । ଇନଷ୍ଟାଗ୍ରମାରେ ଏବେ ତାଙ୍କ ୨ ଲକ୍ଷରୁ ଅଧିକ ଫ୍ୟାନ୍ସ ଅଛନ୍ତି ।

ଡାକ୍ତର ମେହରୀନ୍ ଗତ କିଛି ଦିନ ହେବ ଆଇଏଏସ୍ ଅତହାର ଅମୀରଙ୍କ ସହ ଡେଟ୍ରେ ଥିବା ଜଣାପଡିଛି । ମେହରୀନ୍ ମେଡିସିନରେ ଏମଡି ଅଛନ୍ତି । ସେ ଦିଲ୍ଲୀ ଆମ୍ବେଦକର ୟୁନିଭର୍ସିଟି ସମେତ ଆମେରିକା ଓ ଜାର୍ମନୀରେ ମଧ୍ୟ ଡାକ୍ତରୀ ଶିକ୍ଷା ଲାଭ କରିଛନ୍ତି ।