କନକ ବ୍ୟୁରୋ : ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ୍ ହୋଇଯାଇଛି ଫଟୋ । ଫଟୋ କିଏ ଡିଲିଟ୍ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଅର୍ଚ୍ଚନାଙ୍କୁ ଗତ ୫ ତାରିଖରୁ ଗିରଫ କରିଛି ପୋଲିସ । ସେବେଠାରୁ ସେ ଝାରପଡା ଜେଲରେ ଅଛନ୍ତି । ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ କୌଣସି ପତ୍ତା ମିଳୁନାହିଁ । ପୋଲିସ ଅର୍ଚ୍ଚନାଙ୍କ ଘରୁ ଫୋନ୍, ଲାପଟପ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

Advertisment

ହେଲେ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫଟୋ ଡିଲିଟ୍ କରୁଛି କିଏ । ଅର୍ଚ୍ଚନାଙ୍କ ଏହି ଆକାଉଣ୍ଟରେ ଶହ ଶହ ଫଟୋ ରହିଥିଲା । ନେତା, ମନ୍ତ୍ରୀଙ୍କ ଅନେକ ଫଟୋ ଓ ଭିଡିଓ ମଧ୍ୟ ଅପଲୋଡ୍ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ହଠାତ୍ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଫଟୋ ସବୁ ଡିଲିଟ୍ ହୋଇଯାଇଛି । ପୋଲିସ ହେପାଜତରେ ତାଙ୍କ ଫୋନ୍ ଥିବା ବେଳେ କେମିତି ଡିଲିଟ୍ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।