କନକ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ତା ପୂର୍ବରୁ ୨୬ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବୈଠକରେ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବ । ଏସବୁ ଭିତରେ କାହାକୁ ମିଳିବ ମନ୍ତ୍ରୀପଦ ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କାହାକୁ ମିଳିବ କ୍ୟାବିନେଟ ପାହ୍ୟା, କିଏ ବନିବ ରାଷ୍ଟ୍ରମନ୍ତ୍ରୀ ସେନେଇ ପାୱାର କରିଡରରେ ଆରମ୍ଭ ହୋଇଯାଇଛି ଲବି । ଏହା ସହିତ କିଏ ବନିବ ବାଚସ୍ପତି ସେନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବାଚସ୍ପତି ରେସରେ ଅଛନ୍ତି ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ, ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ଏବଂ ୨୦୦୯ରୁ ୨୦୧୪ ମଧ୍ୟରେ ବାଚସ୍ପତି ରହିସାରିଥିବା କିଶୋର ମହାନ୍ତି ।
ଅନ୍ୟପଟେ, ମନ୍ତ୍ରୀପଦ ପାଇଁ ରେସରେ ଅଛନ୍ତି ମୟୁରଭଞ୍ଜର ପୂର୍ବତନ କ୍ରିଡାମନ୍ତ୍ରୀ ସୁଦାମ ମାରାଣ୍ଡି । ମୋରଡା ବିଧାୟକ ରାଜକିଶୋର ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ସେହିପରି ବାଲେଶ୍ୱରରୁ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ନାଁ ମଧ୍ୟ ମନ୍ତ୍ରୀପଦ ପାଇଁ ରେସରେ ରହିଥିବା ଶୁଣିବାକୁ ମିଳୁଛି । ଭଦ୍ରକରୁ ପୂର୍ବତନ ମହିଳା ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଯାଜପୁରରୁ ପୂର୍ବତନ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ବଡଚଣାରୁ ମୁଖ୍ୟ ସଚେତକ ଅମର ଶତପଥୀ, ପୂର୍ବତନ ଶିଳ୍ପମନ୍ତ୍ରୀ ଦେବୀ ମିଶ୍ର, ପୂର୍ବତନ କ୍ରିଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ରଣେନ୍ଦ୍ର ପ୍ରତାର ସ୍ୱାଇଁ, ପୂର୍ବତନ ପଂଚାୟତ ରାଜ ମନ୍ତ୍ରୀ ଅରୁଣ ସାହୁ, ସମୀର ଦାସ, ପୂର୍ବତନ ପୁର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ଅର୍ଥ, କୃଷି ଓ ସମବାୟ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁ ମଧ୍ୟ ମନ୍ତ୍ରୀପଦ ପାଇଁ ଚର୍ଚ୍ଚା ଚାଲିଛି । ସେହିପରି ପୂର୍ବତନ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରତାପ ଦେବ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଶାନ୍ତ ମୁଦୁଲି ମଧ୍ୟ ଅଛନ୍ତି ରେସରେ ।
ସେହିପରି ସବୁଠୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ମନ୍ତ୍ରୀପଦ ରେସରେ ଥିବା ଶୁଣିବାକୁ ମିଳୁଛି । ମାହାଙ୍ଗା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଅଛନ୍ତି ରେସରେ । ଏହାଛଡା ଶାରଦା ନାୟକ, ପଦ୍ମନାଭ ବେହେରା, ପରଜଙ୍ଗ ବିଧାୟକ ନୃସିଂହ ସାହୁ, ଅନୁଗୁଳରୁ ରଜନୀକାନ୍ତ ସିଂହ ଏବଂ ସମ୍ବଲପୁରରୁ ରୋହିତ ପୂଜାରୀଙ୍କ ନାଁ ଚର୍ଚ୍ଚାରେ ରହିଛି । ଭୁବନେଶ୍ୱରରୁ ଅଶୋକ ପଣ୍ଡା, ଅରବିନ୍ଦ ଡାଲି ମଧ୍ୟ ଅଛନ୍ତି ମନ୍ତ୍ରୀପଦ ରେସରେ । ସେହିପରି ଅତାବିରାରୁ ସ୍ନେହାଙ୍ଗିନି ଛୁରିଆ ଏବଂ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ବିକ୍ରମ ଆରୁଖ ଏବଂ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାଁ ମଧ୍ୟ ରେସରେ ରହିଛି । ମନ୍ତ୍ରୀପଦ ବଂଟନରେ ନବୀନ ମହିଳାଙ୍କୁ ବେଶ ଗୁରୁତ୍ୱ ଦେବେ ବୋଲି ଆଲୋଚନା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/CABINATE-Up.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-25-13h20m42s686-300x220.png)
/kanak/media/post_attachments/wp-content/uploads/2019/05/vlcsnap-2019-05-25-13h21m31s769-300x220.png)