କନକ ବ୍ୟୁରୋ : ଏକଥା ଆମେ କହୁନୁ। ବିଧାନସଭାରେ ଜଙ୍ଗଲ ବଭାଗ ମନ୍ତ୍ରୀ ରଖିଥିବା ଅଣତାରକା ପ୍ରଶ୍ନର ଉତର ଉପରେ ନଜର ପକାନ୍ତୁ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗଣେଶ ସିଂ ଖୁଣ୍ଟିଆ ଲେଖିଛନ୍ତି, ୨୦୧୯ରୁ ୨୦୨୪ ବର୍ଷ ମଧ୍ୟରେ କେତେ ଚନ୍ଦନ କାଠ ଜବତ ହୋଇଛି। ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ପାଂଚ ବର୍ଷରେ ଚୋରା ଚାଲାଣ ବେଳେ ପ୍ରାୟ ୩୫ କୁଇଣ୍ଟାଲ ଚନ୍ଦନ କାଠ ଜବତ ହୋଇଛି।
ବର୍ଷ ଚନ୍ଦନ କାଠ ଜବତ( କୁଇଣ୍ଟାଲ)
୨୦୧୯ ୦.୮୪
୨୦୨୦ ୧.୩୮
୨୦୨୧ ୧.୩୦
୨୦୨୨ ୨୯.୪୪
୨୦୨୩ ୦.୨୦
୨୦୨୪ ୧.୭୯

Advertisment

ଓଡିଶାରେ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଖବର ସାମନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଲୋକେ ଠାକୁରଙ୍କ ନିକଟରେ ଚନ୍ଦନ ଲଗାଇବା ପାଇଁ ଖଣ୍ଡେ କାଠ ପାଉନଥିବାବେଳେ, ଏତେ ପରିମାଣର ଚନ୍ଦନ କାଠ କେମିତି ଚୋରାରେ ଚାଲାଣ ହେଉଛି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

କୋରାପୁଟ, ମାଲକାନଗିରି ଜଂଗଲରେ ବହୁ ମୂଲ୍ୟବାନ ଚନ୍ଦନ ଗଛ ରହିଛି ବୋଲି କୁହାଯାଏ। କିନ୍ତୁ ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଯାହାଫଳରେ ଚନ୍ଦନ କାଠ ତସ୍କର ମାନେ କୋଟି କୋଟି ଟଙ୍କାର କାଠ ଲୁଟିବା ସହ ଚାଲାଣ କରବାରେ ସକ୍ଷମ ହେଉଛନ୍ତି। ତେବେ ସେହି ଚନ୍ଦନ ତସ୍କର କିଏ ସେମାନଙ୍କୁ ଖୋଜି ବାହାର କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ।