ନୀଳ ଆକାଶ ଚିରି ଶତ୍ରୁ ପକ୍ଷକୁ ଧୂଳିସାତ କରିବାରେ କେଉଁ ଦେଶ ଅଧିକ ସକ୍ଷମ? ଆକାଶରେ ଆଗୁଆ କିଏ? କାହାର ବାୟୁସେନା ଅଧିକ ଶକ୍ତିଶାଳୀ? ପଢ଼ନ୍ତୁ ପୂରା ରିପୋର୍ଟ ।

1,481

କନକ ବ୍ୟୁରୋ: ନୀଳ ଆକାଶ ଚିରି ଶତ୍ରୁ ପକ୍ଷକୁ ଧୂଳିସାତ କରିବାରେ କେଉଁ ଦେଶ ଅଧିକ ସକ୍ଷମ । ଭାରତ ନା’ ଚାଇନା । ଭାରତ-ଚାଇନା ଭିତରେ ସୃଷ୍ଟି ହୋଇଥିବା ଉତେଜନା ସ୍ଥିତି ଭିତରେ, ଯେତେବେଳେ ଯୁଦ୍ଧ କଥା ସାମନାକୁ ଆସୁଛି ସେତେବେଳେ ବାୟୁସେନାର ଶକ୍ତିର ତୁଳନା ହେବା ହୁଏତ ନିହାତି ଆବଶ୍ୟକ ।

ଭାରତ ପାଖରେ ମୋଟ ବିମାନ ସଂଖ୍ୟା ୨୨୧୬ ଥିବା ବେଳେ ଚାଇନା ପାଖରେ ମୋଟ ବିମାନ ୪୧୮୨ ରହିଛି । ଭାରତ ପାଖରେ ୩୨୩ଟି ଲଢୁଆ ବିମାନ ଥିବା ବେଳେ ଚାଇନା ପାଖରେ ରହିଛି ୧୧୫୦ ଟି ଲଢୁଆ ବିମାନ । ସେହିପରି ଭାରତରେ ମଲଟିରୋଡ ଏୟାରକ୍ରାଫ୍ଟ ୩୨୯ ରହିଥିବା ବେଳେ ଚାଇନା ପାଖରେ ୬୨୯ଟି ମଲଟିରୋଡ ଏୟାରକ୍ରାଫ୍ଟ ରହିଛି । ଆଟାକ୍ ଏୟାରକ୍ରାଫ୍ଟ୍ ଭାରତ ପାଖରେ ୨୨୦ଟି ଥିବା ବେଳେ ଚାଇନା ପାଖରେ ରହିଛି ୨୭୦ଟି ଆଟାକ୍ ଏୟାରକ୍ରାଫ୍ଟ୍ । ଭାରତ ପାଖରେ ୭୨୫ଟି ହେଲିକପ୍ଟର ଥିବା ବେଳେ ଚାଇନା ପାଖରେ ରହିଛି ୧୧୭୦ଟି ହେଲିକପ୍ଟର । ସଂଖ୍ୟାାର ଏ ଗଣିତ ଭିତରେ ଚାଇନା ଆଗରେ ରହୁଥିଲେ ସୁଦ୍ଧା ଉନ୍ନତ ମାନର ଯୁଦ୍ଧ ବିମାନ ଭାରତ ପାଖରେ ରହିଛି । ବଡ କଥା ହେଲା ଯୁଦ୍ଧ କ୍ଷେତ୍ରରେ ଭାରତ ପାଖରେ ଥିବା ଅଭିଜ୍ଞତା ଚାଇନା ପାଖରେ ନାହିଁ । ସେହିପରି ସୁଖୋଇ, ମିରାଡ ଭଳି ଫାଇଟର ଜେଲ ଭାରତର ଯୁଦ୍ଧ କୌଶଳକୁ ନୂଆ ଦିଗ ଦେଇଛି । ଏସବୁ ଦୃଷ୍ଟିରୁ ଚିନ୍ତା କଲେ ଉନ୍ନତମାନର ଫାଇଟର ଜେଟ ଭାରତକୁ ବିଶ୍ୱ ଦରବାରରେ ଅଧିକ ଶକ୍ତିଶାଳୀ କରିଛି । ତେଣୁ ଯଦି ଚୀନ ସହିତ ଯୁଦ୍ଧ ହୁଏ ତେବେ ଡ୍ରାଗନ ସେନାକୁ ମାତ ଦେବା ଭାରତ ପାଇଁ କଷ୍ଟସାଧ୍ୟ ବ୍ୟାପାର ହେବ ନାହିଁ ବୋଲି କହିଛନ୍ତି ପୂର୍ବତନ ସେନା ଅଧିକାରୀ ।

ଆକାଶମାର୍ଗରେ ଚାଇନାକୁ ଟକ୍କର ଦେବା କ୍ଷେତ୍ରରେ ଭାରତ ବହୁ ଆଗରେ ରହିଛି । ଲଢ଼ୁଆ ବିମାନଠୁ ଆରମ୍ଭ କରି ଯୁଦ୍ଧ ବିମାନରେ ସବୁଠି କେଇପାଦ ଆଗୁଆର ରହିଛି ଭାରତ । ଆଉ ଏସବୁ ବାହାରେ ସ୍ଥଳସେନା ଏବଂ ନୌସେନାର ଶକ୍ତିରେ ବି ଶତ୍ରୁପକ୍ଷଠାରୁ ଖୁବ୍ ଆଗରେ ରହିଛି ଭାରତ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାଇନା ତାର ନିଜସ୍ୱ ତିଆରି ବିମାନରେ ଯୁଦ୍ଧ ଲଢୁଥିବା ବେଳେ ଭାରତ ଏ କ୍ଷେତ୍ରରେ ଦୁଇପାଦ ଆଗରେ ରହିଛି । ଆମେରିକା ଏବଂ ଋଣଠାରୁ ଉନ୍ନତ ମାନର ଯୁଦ୍ଧ ବିମାନ କିଣିସାରିଛି ଭାରତ । ଯାହାକ ଭାରତର ସାମରିକ କ୍ଷମତାକୁ ଯଥେଷ୍ଟ ବଢାଇଛି । ଅନ୍ୟପଟେ ଭାରତୀୟ ସେନା ମାତୃଭୂମି ପାଇଁ ଲଢୁଥିବା ବେଳେ ଚାଇନା ସେନା ସରକାର ପାଇଁ ଲଢେଇ କରନ୍ତି । ତେଣୁ ଯଦି ଯୁଦ୍ଧ ହୁଏ ତେବେ ଭାରତୀୟ ସେନା ସବୁ କ୍ଷେତ୍ରରେ ଯଥେଷ୍ଟ ଆଗରେ ରହିବା ନେଇ ଆକଳନ କରାଯାଇଛି ।

ଭାରତ ଚାଇନା

ମୋଟ ବିମାନ-୨୨୧୬ ମୋଟ ବିମାନ-୪୧୮୨

ଲଢୁଆ ବିମାନ-୩୨୩ ଲଢୁଆ ବିମାନ-୧୧୫୦

ମଲଟିରୋଡ ଏୟାରକ୍ରାଫ୍ଟ-୩୨୯ ମଲଟିରୋଡ ଏୟାରକ୍ରାଫ୍ଟ-୬୨୯

ଆଟାକ୍ ଏୟାରକ୍ରାଫ୍ଟ୍-୨୨୦ଆଟାକ୍ ଏୟାରକ୍ରାଫ୍ଟ୍-୨୭୦

ହେଲିକପ୍ଟର-୭୨୫                             ହେଲିକପ୍ଟର-୧୧୭୦