କନକ ବ୍ୟୁରୋ: ପାରାଦୀପରେ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ପଛରେ କିଏ? କୋକେନର ଗନ୍ତବ୍ୟ ସ୍ଥଳ ଡେନ୍ମାର୍କ ନା ଓଡ଼ିଶା? ଏଭଳି ନିଶା କେମିତି ଏତେ ଯାଂଚ ପ୍ରକ୍ରିୟା ପାର କରି ଓଡ଼ିଶା ପର୍ଯ୍ୟନ୍ତ ଆସିଲା ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ଏପରିକି ଓଡ଼ିଶା ବଜାରରେ ଏହାର ପ୍ରବେଶ ଲାଗି ଭିତିରି ଯୋଜନା ଚାଲିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏବେ ଏହାର ତଦନ୍ତ କଷ୍ଟମ୍ସ ବିଭାଗ କରୁଥିବା ବେଳେ ଆଗକୁ ଏନସିବି କିମ୍ବା ଏନ୍ଆଇଏକୁ ଦିଆଯାଇପାରେ ।

Advertisment

ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ କଷ୍ଟମ ବିଭାଗ ଅଧିକାରୀ । ଆଉ ଚଢ଼ାଉ ପରେ ଜାହାଜରୁ ମିଳିଥିଲା ୨୨ଟି ସନ୍ଦିଗ୍ଧ ପ୍ୟାକେଟ୍ । ଏହା ପରେ କ୍ର୍ୟୁ ସଦସ୍ୟ ଓ କ୍ୟାପ୍ଟେନ୍ଙ୍କୁ ଜେରା କରାଯାଇଛି । ସନ୍ଧାନୀ କୁକୁର ସହାୟତାରେ ଯାଂଚ କରାଯାଇଛି ।