କନକ ବ୍ୟୁରୋ : ବଡ଼ ବିଭ୍ରାଟ, ଦାୟୀ କିଏ? ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ରଙ୍କୁ ପକାଇ ଦେଇଥିଲେ ସେବାୟତ। ଗତକାଲି ସନ୍ଧ୍ୟା ୭ଟାରେ ଆଡପ ପହଣ୍ଡି ଆରମ୍ଭ ହୋଇଥିଲା । ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା । ଏହି ସମୟରେ ହଠାତ୍ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର । ଫଳରେ ସେବାୟତମାନେ ରଥ ତଳକୁ ଖସି ପଡ଼ିଥିଲେ । ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ ।

Advertisment

ତେବେ ପ୍ରଶ୍ନ ଉଠୁଛି ଏତେ ବଡ଼ ବିଭ୍ରାଟ ପାଇଁ ଦାୟୀ କିଏ । ମୁକ୍ତି ମଣ୍ଡପ ପଣ୍ଡିତ କହିଲେ, ରଥ ଉପରେ ରହିବା ଦରକାର କୁଶଳୀ ସେବାୟତ। ଅଣସେବକ ମଧ୍ୟ କରୁଛନ୍ତି ପ୍ରବେଶ । ସର୍ବସମ୍ମୁଖରେ ଦୋଷୀଙ୍କ ନାଁ ପ୍ରକାଶ କରାଯାଇ ନିଆଯାଉ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ।