ଭାରତ ବିରୋଧୀ ଟୁଲ କିଟ ପଛରେ ରହିଛି କିଏ । ପରିବେଶ କର୍ମକର୍ତା ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲକିଟରେ ଜାନୁୟାରୀ ୨୬ ଦିଲ୍ଲୀ ଆନ୍ଦୋଳନର ରହିଥିଲା ବ୍ଲୁ ପ୍ରିଂଟ ।

Advertisment
ଭାରତ ବିରୋଧୀ ଟୁଲ କିଟ ପଛରେ ରହିଛି କିଏ । ପରିବେଶ କର୍ମକର୍ତା ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲକିଟରେ ଜାନୁୟାରୀ ୨୬ ଦିଲ୍ଲୀ ଆନ୍ଦୋଳନର ରହିଥିଲା ବ୍ଲୁ ପ୍ରିଂଟ ।

କନକ ବ୍ୟୁରୋ : ଜାନୁୟାରୀ ୨୬ରେ ଦିଲ୍ଲୀର ଛାତିରେ ଯେଉଁ ଘଟଣା ଘଟିଲା, ଯେଉଁ ପରି ଭାବରେ ଟ୍ରାକ୍ଟର ରାଲିରେ ଆସି ଆନ୍ଦେଳନକାରୀ ଚାଷୀ ଲାଲକିିଲ୍ଲାକୁ କବଜା କଲେ । ଏହି ସବୁ ଘଟଣା ହଠାତ ହୋଇନଥିଲା, ଏଥିପାଇଁ ପ୍ରସ୍ତୁତ ହୋଇଥିଲା ବ୍ଳୁପ୍ରିଂଟ । ଆଉ ଏହା ପରେ ଏହି ଷଡଯନ୍ତ୍ରଙ୍କୁ ବାସ୍ତବରେ ପରିଣତ କରାଯାଇଥିଲା । ଆଉ ଏହି ଷଡଯନ୍ତ୍ରର ମୁଖା ଖୋଲିଛି ଏହି ଚେହେରା । ସାରା ବିଶ୍ୱରେ ପରିଚିତ ୧୮ବର୍ଷୀୟ ଗ୍ରେଟା ଥନବର୍ଗ ।

ପରିବେଶର ସୁରକ୍ଷା କଥା ଚିନ୍ତା କରି ବିଶ୍ୱ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ନେଇ ଗ୍ରେଟା ବେଶ ଜଣାଶୁଣା । କିନ୍ତୁ ଏବେ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନରେ ସାମିଲ ହୋଇ ଥିବା ଗ୍ରେଟା ନିଜେ ନିଜର ପର୍ଦ୍ଦାଫାଶ କରିଛନ୍ତି । ଏହି ଦସ୍ତାବିଜ ଉପରେ ନଜର ପକନ୍ତୁ । ଏହେଉଛି ସେହି ଗୁଗଲ ଡକ୍ୟୁମେଂଟ ଯାହାକୁୁ ୩ତାରିଖ ଦିନ ଗ୍ରେଟା ନିଜର ଟ୍ୱିଟର ଆକାଉଂଟରୁ ସେୟାର କରିବା ପରେ ପୁଣି ଡିଲିଟ କରିଦେଇଥିଲେ । କିନ୍ତୁ ଏହି ଡକ୍ୟୁମେଂଟରେ ଥିବା ଷଡଯନ୍ତ୍ର ସମସ୍ତଙ୍କ ସାମ୍ନାକୁ ଆସିସାରିଥିଲା । ଭାରତ ବିରୋଧୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଥିଲା ଯେଉଁଥିରେ ଗ୍ରେଟାଙ୍କ ପରି ବିଦେଶୀ ସେଲିବ୍ରିଟି ସାମିଲ ହୋଇଥିଲେ ।

ଭାରତ ବିରୋଧୀ ଏହି ଟୁଲ୍ କୁ ନେଇ ମାମଲା ରୁୁଜୁ ହୋଇଛି । ଦିଲ୍ଲୀ ପୋଲିସ ଏ ଘଟଣା ସମ୍ପର୍କରେ ଟୁଲ କିଟର ଲେଖକଙ୍କ ବିରୋଧରେ ମାମଲା ରୁଜୁ କରି ଦିଲ୍ଲୀ ପୋଲିସର ସାଇବର ସେଲ ଏହାର ତଦନ୍ତ କରୁଛି ।

ଏହି ଡକ୍ୟୁମେଂଟରେ ଭାରତ ବିରୋଧରେ ଚାଷୀ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଟୁଲ୍ କିଟ୍ ଯୋଗାଇ ଦିଆଯାଇଛି । ଚାଷୀ ଆନ୍ଦୋଳନକୁ ତୀବ୍ର କରିବା ପାଇଁ କଣ କଣ ପଦକ୍ଷେପ ନିଆଯିବ ସେନେଇ ଏହି ଟୁଲ୍ କିଟରେ ସମସ୍ତ ତଥ୍ୟ ଉପଲବ୍ଧ କରାଯାଇଛି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ସବୁସ୍ଥାନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସମ୍ପର୍କରେ ଏଠାରେ ଉଲ୍ଲେଖ ରହିଥିଲା । କେବେ ପ୍ରତିବାଦ କରିବାର ଅଛି? କେଉଁଠି ପ୍ରତିବାଦ କରିବାର ଅଛି?କେବେ କେଉଁ ହାସଟ୍ୟାଗକୁ ବ୍ୟବହାର କରି କ’ଣ ଟ୍ୱିଟ କରିବାର ଅଛି?ଆନ୍ଦୋଳନ ସମର୍ଥନରେ କେବେ ଡିଜିଟାଲ ଷ୍ଟ୍ରାଇକ କରିବାର ଅଛି? କେଉଁ ବଡ ବଡ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଟ୍ୟାଗ କରିବାର ଅଛି?ଫଟୋ ଓ ଭିଡିଓ ମ୍ୟାସେଜ କିପରି ପଠାଇବାର ଅଛି?ସୋସିଆଲ ମିଡିଆ କ୍ୟାମ୍ପେନର ସମ୍ପୂର୍ଣ୍ଣ ସିଡ୍ୟୁଲ ଦିଆଯାଇଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଟୁଲ କିଟ୍ରେ ଯେଉଁ ସବୁ କଥା ଉଲ୍ଲେଖ ଅଛି, ଠିକ୍ ସେହି ଢଙ୍ଗରେ ଆନ୍ଦୋଳନ ନାଁରେ ଚାଲିଛି ହିଂସା । ଏବେ ପ୍ରଶ୍ନ ଉଠୁଛି ଯେ, ଗ୍ରେଟା ପରି ବଡ ବଡ ଚେହେରାଙ୍କ ପଛରେ କାହାର ହାତ ଅଛି । ଯେଉଁମାନେ ଏମାନଙ୍କୁ ଆଗରେ ରଖି ଭାରତ ବିରୋଧୀ ଏଜେଣ୍ଡା ଚଳାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe