କିଏ ବାବୁଲି ନାୟକ? ଯାହା ନାଁରେ ଅଭିଯୋଗ ଆଣିଲେ ପରୀର ବାପା ମା’

137

କନକ ବ୍ୟୁରୋ : ବାବୁଲି ନାୟକ । ଏହି ବ୍ୟକ୍ତିଙ୍କ ଉପରେ ସସସ୍ତଙ୍କର ସନ୍ଦେହ । ବାବୁଲି ନାୟକ ହେଉଛନ୍ତି ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ । ଯଦୁପୁର ଗାଁରେ କୁଆଡେ ତାଙ୍କର ଦବଦବା ରହିଛି । କୁହାଯାଉଛି, ଯେଉଁ ସ୍ଥାନରୁ ପରିର ଖଣ୍ଡବିଖଣ୍ଡିତ ଶରୀର ମିଳିଥିଲା ସେହି ସ୍ଥାନ ନିକଟରେ ବାବୁଲି ଏବଂ ତାଙ୍କର କିଛି ସହଯୋଗୀ ଡ୍ରଗ୍ସ କାରବାର କରନ୍ତି ।

ଏହି ବ୍ୟକ୍ତିଙ୍କୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରକୁ ଅଙ୍ଗୁଳି ଉଠିଛି । ଅନ୍ୟପକ୍ଷରେ ପୋଲିସ କହିଛି, ପରୀର ମୃତ୍ୟୁ ଘଟଣାରେ ବାବୁଲିର ସମ୍ପୃକ୍ତି ନେଇ କୌଣସି ଠୋସ ପ୍ରମାଣ ନାହିଁ ।

କିନ୍ତୁ ବାବୁଲି ନାୟକ କିଛି ଦିନ ଆଗରୁ ପରୀଙ୍କ ବାପା ଓ ମାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ସେହି ଘଟଣାରେ ପୋଲିସ ବାବୁଲି ନାୟକକୁ ଖୋଜୁଥିବା ବେଳେ ଏବେ ବି ସେ ଫେରାର ରହିଛି ।