କନକ ବ୍ୟୁରୋ: ଅଙ୍କିତ ବାୟେନପୁରିଆଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୋଦୀଙ୍କ ସହ ଅଙ୍କିତଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ଏହି ଯୁବକ? କାହିଁକି ତାଙ୍କୁ ମୋଦୀ ଭୋଟିଥିଲେ? ସ୍ୱଚ୍ଛତା ହିଁ ସେବା, ଏହି ଅଭିଯାନ ମାଧ୍ୟମରେ ଶ୍ରମ ଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ତାଙ୍କ ସହ ଏହି ଅଭିଯାନରେ ନଜର ଆସିଥିଲେ ଅଙ୍କିତ । ସ୍ୱଚ୍ଛତା ଅଭିଯାନରେ ପ୍ରଧାନମନ୍ତ୍ରୀ ଓ ଅଙ୍କିତ ଉଭୟ ଶ୍ରମଦାନ କରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ୱିଟରରେ ସେୟାର କରିଥିଲେ ।

Advertisment

ତେବେ କିଏ ଏହି ଅଙ୍କିତ ବାୟେନପୁରିଆ? ଯାହାଙ୍କ ସହ ମୋଦୀ ଝାଡୁ ମାରୁଥିବାର ନଜର ଆସିଥିଲେ । ସ୍ୱଚ୍ଛତା ଅଭିଯାନରେ ପ୍ରଧାନମନ୍ତ୍ରୀ କାହିଁକି ତାଙ୍କ ସହ ଶ୍ରମଦାନ କରିବାକୁ ନିଜ ବାସଭବନକୁ ଡାକିଥିଲେ? ତେବେ ଆସନ୍ତୁ ଜାଣିବା ପୂରା ଘଟଣା ।

ହରିୟାଣାର ସୋନିପଥରେ ଜନ୍ମିତ ଅଙ୍କିତ ଫିଟନେସର ବେଶ ସୌକିନ, ସେ ଅଙ୍କିତ ସିଂ ନାମରେ ମଧ୍ୟ ଜଣାଶୁଣା । ଅଙ୍କିତ ଲୋକଙ୍କ ମଧ୍ୟ ଦେଶୀ ୱାର୍କଆଉଟ ପାଇଁ ବେଶ ପ୍ରସିଦ୍ଧ । ନିକଟରେ ୭୫ ଦିନରେ ଫିଟନେସ ଚ୍ୟାଲେଞ୍ଜ ପୂରା କରିବାର ଭିଡିଓ କରି ସୋସିଆଲ ମିଡିଆର ସେନସେସନ ପାଲଟିଥିଲେ ଅଙ୍କିତ । ଏହି ଭିଡିଓ ପାଇଁ ସେ ଯୁବଗର୍ବଙ୍କ ମଧ୍ୟରେ ଇନଫ୍ଲୁଏନ୍ସର ପାଲଟିଯାଇଥିଲେ । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବା ସହ ସ୍ୱଚ୍ଛତା ଅଭିଯାନରେ ସାମିଲ କରିଥିଲେ ।

ଅଙ୍କିତଙ୍କୁ ଦେଶୀ ରେସଲର ଭାବେ ଖୁବ କମ ଲୋକ ଜାଣନ୍ତି । ତାଙ୍କ ବାପା ଜଣେ ଚାଷୀ ଆଉ ମା ଗୃହୀଣି । ଦଶମ ଯାଏଁ ସେ ସରକାରୀ ବିଦ୍ୟାଳୟରେ ପାଠ ପଢିଥିଲେ । ପରେ ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲରେ ଏକାଦଶ ଓ ଦ୍ୱାଦଶ ଯାଏଁ ଶିକ୍ଷାଲାଭ କରିଥିଲେ । ଡିଗ୍ରୀ ହାସଲ କରିବା ପରେ ଫିଟନେସ ଏକ୍ସପର୍ଟ ଭାବେ ସୋସିଆଲମିଡିଆରେ ପପୁଲାର ହୋଇଥିଲେ ।

୨୦୧୩ ମସିହାରେ ଅଙ୍କିତ ୟୁଟ୍ୟୁବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମେ ସେ କମେଡି ଭିଡିଓ କରୁଥିଲେ ହେଲେ ଲକଡାଉନ ସମୟରେ କଟେଂଟଂରେ ପରିବର୍ତ୍ତନ କରି ଫିଟନେସ ଭିଡିଓ ଅପଲୋଡ କରିଥିଲେ । ଏହାପରେ ସେ ନିଜ ୟୁଟ୍ୟୁବ ଚ୍ୟାନେଲର ନାଁ ଅଙ୍କିତ ବେୟନପୁରିଆ ଦେଇଥିଲେ । ତେବେ ସୋସିଆଲମିଡିଆରେ ଏତେ ପରିଚିତ ନଥିବା ବ୍ୟକ୍ତି ଆଜି ଜିରୋରୁ ହିରୋ ପାଲଟିଯାଇଛନ୍ତି । ତାଙ୍କ ଇନଫ୍ଲୁଏନ୍ସରେ ପ୍ରଭାବିତ ହୋଇ ମୋଦୀ ତାଙ୍କୁ ସ୍ୱଚ୍ଛତା ଅଭିଯାନରେ ସାମିଲ କରିଥିଲେ ।