କନକ ବ୍ୟୁରୋ : ବାଲେଶ୍ୱରରେ ଆଗେଇ ଚାଲିଛି ବିଜେଡି । ବର୍ତ୍ତମାନ ସୁଦ୍ଧା ବାହାନଗା, ବାଲେଶ୍ୱର, ବାଲିଆପାଳରେ ବିଜେଡି ଆଗରେ ରହିଛି । ସେହିପରି ବସ୍ତା, ଭୋଗରାଇ, ଜଳେଶ୍ୱର, ଖଇରା, ସୋରରେ ମଧ୍ୟ ବିଜେଡି ଆଗରେ ରହିଛି । ମୋଟ ୮ଟି ଜୋନରେ ବିଜେଡି ଆଗରେ ରହିଛି । ଭୋଗରାଇର ଗୋଟିଏ ଜୋନରେ କଂଗ୍ରେସ ଆଗରେ ରହିଛି ।

Advertisment

 ବାଲେଶ୍ୱରର ୭ଟି ବିଧାନସଭା କ୍ଷେତ୍ରରେ ୪୫ ଜିଲ୍ଲା ପରିଷଦ ଜୋନ୍ ରହିଛି । ୨୦୧୭ରେ ବିଜେଡିକୁ ୩୧, ବିଜେପିକୁ ୧୩ ଓ କଂଗ୍ରେସକୁ ଗୋଟିଏ ମିଳିଥିଲା । ଉତ୍ତର ବାଲେଶ୍ୱରରେ ବିଜେଡିକୁ ଗତଥର ଏକତରଫା ସଫଳତା ମିଳିଥିଲା । ଭୋଗରାଇ, ଜଳେଶ୍ୱର, ବସ୍ତା ଓ ସିମୁଳିଆରେ ବିଜେଡି ବିଜୟ ହାସଲ କରିଥିଲା । ସଦର, ରେମୁଣା, ନୀଳଗିରିରେ ବିଜେଡିକୁ ବିଜେପି କଡା ଟକ୍କର ଦେଇଥିଲା । ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ୭ଟିରୁ ୫ଟି ବିଧାନସଭା ଆସନ ପାଇଲା । ନିଳଗିରିରେ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା ।୨୦୧୭ରେ ବାଲେଶ୍ୱର ସଦରର ୫ଟି ଜୋନରେ ବିଜେଡି ପ୍ରଦର୍ଶନ ଖରାପ ଥିଲା ।

ସାଧାରଣ ନିର୍ବାଚନରେ ଏହାର ପ୍ରତିଫଳନ ହେଲା ଓ ବିଜେପିର ବିଧାୟକ ହେଲେ । ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ବିଜେଡି ପୁଣି ବାଜି ମାରିଲା । ୨୦୧୭ରେ ରେମୁଣା ବ୍ଲକର ୪ଟି ଯାକ ଜିଲ୍ଲା ପରିଷଦକୁ ବିଜେପି ପୋଛି ନେଇଥିଲା । ହେଲେ ୨୦୧୯ରେ ରେମୁଣା ବିଧାନସଭାକୁ ବିଜେଡି ଦଖଲକୁ ନେଲା । ନିଳଗିରିର ୩ଟି ଜୋନ୍ ବିଜେପି ଓ ଔପଦା ବ୍ଲକର ୨ଟି ବିଜେଡି ଖାତାକୁ ଯାଇଥିଲା । ୨୦୧୯ରେ ନିଳଗିରି ବିଧାନସଭା ବିଜେପି ଖାତାକୁ ଯିବା ପରେ କଡା ଟକ୍କର ହେଉଛି । ତେବେ ଏଥର କିଏ କେତେ ଆଗରେ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।