ଦେଶ ଛାଡିବାରେ ଅସରଫ ଘନିଙ୍କୁ କିଏ କରିଥିଲେ ସହାୟତା, ପୋଲ ଖୋଲିଲେ ଆମେରିକା ବିଦେଶ ମନ୍ତ୍ରୀ

311

କନକ ବ୍ୟୁରୋ : ଅଗଷ୍ଟ ୧୫ ତାରିଖରେ ଯେତେବେଳେ ତାଲିବାନୀ ଆତଙ୍କବାଦୀମାନେ କାବୁଲ ଉପରେ କବଜା କରିବା ଆରମ୍ଭ କଲେ ସେତେବେଳେ ଆଫଗାନର ରାଷ୍ଟ୍ରପତି ଅସରଫ୍ ଘନି ସେଠାରେ ପଳାଇଯାଇ ଦେଶ ବାହାରକୁ ଚାଲି ଯାଇଥିଲେ । ଏହାକୁ ନେଇ ସେତେବେଳେ ଅନେକ ପ୍ରକାର ଚର୍ଚ୍ଚା ହୋଇଥିଲା । ୟୁଇ ଦାବି କରିଥିଲା କି ସେ ଅସରଫ ଘନିଙ୍କୁ ନିଜ ଦେଶରେ ଶରଣ ଦେଇଛି । ହେଲେ ଏହାକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠିଥିଲା । ହେଲେ ଘନି ଦେଶ ଛାଡିବା ବେଳେ କିଏ ତାଙ୍କୁ ସହାୟତା କରିଥିଲା, ବାସ୍ତବରେ ସେ ଦେଶରୁ ଟଙ୍କା ନେଇ ଫେରାର ହୋଇଥିଲେ କି ନାହିଁ ଏହାକୁ ନେଇ ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି ।

ଆମେରିକା ବିଦେଶମନ୍ତ୍ରୀ ଏଣ୍ଟୋନୀ ବ୍ଲିଂକନଙ୍କୁ ଟୁଲ ନ୍ୟୁଜ୍ ପ୍ରଶ୍ନ କରିଥିଲା କି ଆଲୋଚନା ହେଉଛି କି ଘନି ଦେଶଛାଡିବାରେ ଆପଣ ତାଙ୍କୁ ସହାୟତା କରିଥିଲେ । ଏହାର ଉତ୍ତରରେ ବ୍ଲିଂକନ କହିଥିଲେ କି ବାସ୍ତବରେ ଏହା ଠିକ୍ ନୁହେଁ । କେବଳ ସେ ଦେଶଛାଡିବା ଦିନ ରାତିରେ ମୁଁ ତାଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଥିଲି । ସେ ଆହୁରି କହିଛନ୍ତି କି ଏହି ଫୋନ କଲରେ ସେ କେବଳ କ୍ଷମତା ହସ୍ତାନ୍ତରଣ ନେଇ ଆଲୋଚନା କରିଥିଲେ ।

ବ୍ଳିଂକନ କହିଥିଲେ କି ସେହି ସମୟରେ ଘନି କହିଥିଲେ ଯେ ତାଲିବାନ ବିରୋଧରେ ମୃତ୍ୟୁ ଯାଏଁ ଲଢେଇ ଜାରି ରଖିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ଏଭଳି କହିବାର ମାତ୍ର ୨୪ ଘଂଟା ମଧ୍ୟରେ ସେ ଦେଶ ଛାଡି ପଳାୟନ କରିଥିବା କଥା ବ୍ଲିଂକନ କହିଛନ୍ତି । ଏଣୁ ନିଶ୍ଚିନ୍ତ ଭାବେ ଘନି ଦେଶ ଛାଡିବା ବାବଦରେ ତାଙ୍କର କିଛି ହାତ ନଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ଘନି ଦେଶ ଛାଡିବା ବେଳେ ପୁଳା ପୁଳା ଟଙ୍କା ଓ ସୁନା ନେଇ ପଳାଇଥିବା କଥା ସତ କି ବୋଲି ଟୁଲ ନ୍ୟୁଜର ଏକ ପ୍ରଶ୍ନରେ ବ୍ଲିଂକନ କହିଛନ୍ତି ଯେ ଏ ନେଇ ମୋ ପାଖରେ କିଛି ସୂଚନା ନାହିଁ । ସେ କହିଛନ୍ତି କି ମୋତେ ଏତିକି କଥା ଜଣାଅଛି କି ଘନି ଦେଶ ଛାଡି ପଳାୟନ କରିଛନ୍ତି ଓ ବହୁତ କମ ସମୟ ମଧ୍ୟରେ ତାଲିବାନ ଯୋଦ୍ଧାଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ।