କନକ ବ୍ୟୁରୋ : କରୋନା ମହାମାରୀ ବିଶ୍ୱର ଅନେକ କିଛି ପରିବର୍ତ୍ତନ କରିଦେଇଛି । ଏଭଳି କି ଲୋକଙ୍କର ମାନସିକତାରେ ବି ପରିବର୍ତ୍ତନ ହେବା ଭଳି ମନେ ହେଉଛି । କରୋନା ମହାମାରୀ ଲୋକଙ୍କୁ ଶିକ୍ଷା ଦେଇଛି କି ଜୀବନ ଏକ ପାଣି ଫୁଟକା ପରି । ଏହାକୁ ନେଇ ଲୋକମାନେ ଏବେ ଚିନ୍ତା କରିବା ଆରମ୍ଭ କରିଛନ୍ତି କି ମୋ ମୃତ୍ୟୁ ପରେ ମୋ ପରିବାରର କଣ ହେବ ଓ ସେମାନେ ମୋ ଅନୁପସ୍ଥିତିରେ କେମିତି ଜୀବନ ଜିଇଁବେ । ଏହାରି ମଧ୍ୟରେ ସବୁଠାରୁ ବଡକଥା କି ଯଦି ପରିବାରର କେହି ବ୍ୟାଙ୍କରୁ ଋଣ ନେଇଥିବେ ତେବେ ତାଙ୍କ ମୃତ୍ୟୁ ପରେ ବ୍ୟାଙ୍କ କିଭଳି ସେହି ଋଣ ଅର୍ଥକୁ ଆଦାୟ କରିବ । ଆସନ୍ତୁ ଜାଣିବା ଏନେଇ କଣ ରହିଛି ବ୍ୟାଙ୍କର ନିୟମ ?
ବିଶେଷ ଭାବେ କୁହାଯାଇଥାଏ ଯେ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କର ଋଣ ଆଣିବା ପରେ ମୃତ୍ୟୁବରଣ କରେ ତେବେ ସେ ଋଣ ଆଣିବା ସମୟରେ ବ୍ୟାଙ୍କକୁ ଯାହା ବନ୍ଧକ ଆକାରରେ ଦେଇଥାଏ ବ୍ୟାଙ୍କ ତାହାକୁ ବିକ୍ରି କରି ଋଣ ଅର୍ଥ ଅସୁଲି କରିଥାଏ । ହେଲେ ବ୍ୟାଙ୍କ ଯଥା ସମ୍ଭବ ଚେଷ୍ଟା କରିଥାଏ କି ଋଣ ଧାରକଙ୍କ ସଂପତ୍ତି ନିଲାମ ନକରି କିଭଳି ଋଣ ଅର୍ଥ ଆଦାୟ କରାଯାଇ ପାରିବ ।
ଏକଥା ଜାଣିବା ଦରକାର କି ଯେ ପର୍ଯ୍ୟନ୍ତ ବ୍ୟାଙ୍କ ତାର ସମ୍ପୂର୍ଣ୍ଣ ରଣଅର୍ଥ ଆଦାୟ କରିନାହିଁ ସେପର୍ଯ୍ୟନ୍ତ ବନ୍ଧକ ସମ୍ପତ୍ତି ଉପରେ ଉତ୍ତରାଧିକାରୀଙ୍କର କୌଣସି ଦାବି ରହିବ ନାହିଁ । ଅନ୍ୟପଟେ ଋଣ ସୁଝିବାକୁ ସମ୍ପତ୍ତିର ଉତ୍ତରାଧିକାରୀଙ୍କୁ ବ୍ୟାଙ୍କ ବାଧ୍ୟ କରିପାରିବ ନାହିଁ । ଯଦି କୌଣସି ବ୍ୟକ୍ତି ହୋମ ଲୋନ ନେଇଥାଏ ଓ ଋଣ ସୁଝିବା ପୂର୍ବରୁ ମୃତ୍ୟୁବରଣ କରେ ତେବେ ଋଣଧାରକଙ୍କ ଉତ୍ତରାଧିକାରୀ ଋଣ ସୁଝିବାକୁ ବାଧ୍ୟ ହୋଇଥାଏ । ଏହା ବ୍ୟତୀତ ଯଦି କେହି ବ୍ୟକ୍ତି ଋଣ ନେବା ବେଳେ ଗ୍ୟାରେଣ୍ଟର ଥାନ୍ତି ତେବେ ତାଙ୍କୁ ବି ଋଣ ସୁଝିବାର ସୁଯୋଗ ବ୍ୟାଙ୍କ ପକ୍ଷରୁ ଦିଆଯାଇଥାଏ ।
ଅନ୍ୟପଟେ ଯଦି ପରିବାର ଲୋକ ବା ଉତ୍ତରାଧିକାରୀ ଋଣ ସୁଝିବାକୁ ସକ୍ଷମ ହୋଇନଥାନ୍ତି ତେବେ ସେମାନେ ବ୍ୟାଙ୍କକୁ ସୂଚନା ଦେଲେ ବ୍ୟାଙ୍କ ତରଫରୁ ଋଣ ଧାରକଙ୍କ ପରିବାରର ସ୍ଥିତିକୁ ଦେଖି ଋଣ ଅବଧି ବୃଦ୍ଧି କରିବା ସହ ଇନଷ୍ଟଲମେଣ୍ଟ ବି କମ୍ କରିବାକୁ ଚେଷ୍ଟା କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/19-26.jpg)