କରୋନା ସଂକ୍ରମଣକୁ ନେଇ ଚାଂଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କହିଲା, ୧୦ ପ୍ରତିଶତ ଲୋକଙ୍କୁ ହୋଇ ସାରିଲାଣି କରୋନା : ଏପଟେ ଘରୋଇ ସଙ୍ଗରୋଧରେ ଥିବା କରୋନା ରୋଗୀଙ୍କୁ ଫାଭିପିରାଭିର୍ ଦେବେ ରାଜ୍ୟ ସରକାର

Advertisment
କରୋନା ସଂକ୍ରମଣକୁ ନେଇ ଚାଂଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କହିଲା, ୧୦ ପ୍ରତିଶତ ଲୋକଙ୍କୁ ହୋଇ ସାରିଲାଣି କରୋନା : ଏପଟେ ଘରୋଇ ସଙ୍ଗରୋଧରେ ଥିବା କରୋନା ରୋଗୀଙ୍କୁ ଫାଭିପିରାଭିର୍ ଦେବେ ରାଜ୍ୟ ସରକାର

କନକ ବ୍ୟୁରୋ : ଅଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଏବେ ଘରୋଇ ସଙ୍ଗରୋଧରେ ରହି ଆରୋଗ୍ୟ ଲାଭ କରୁଛନ୍ତି । ତେବେ ଅଳ୍ପ ଲକ୍ଷଣ ଥିବା ଅନେକ କରୋନା ରୋଗୀ କମ୍ ଦିନରେ ଲକ୍ଷଣ ମୁକ୍ତ ହେଉଥିଲେ ବି ପୁଣି ଥରେ ଲକ୍ଷଣ ଦେଖାଯାଉଛି । ଫଳରେ ଦୀର୍ଘଦିନ ଧରି ଶରୀରରେ ଭୂତାଣୁ ରହୁଛି । ଏହାକୁ ଦୂର କରିବା ପାଇଁ ଘରୋଇ ସଙ୍ଗରୋଧରେ ମଧ୍ୟ ଫାଭିପିରାଭିର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।

ବଦଳିଲା ରାଜ୍ୟର କରୋନା ଚିକିତ୍ସା
ଫାଭିପିରାଭିର୍ ଉପରେ ଗୁରୁତ୍ୱ
କଟକ, ଭୁବନେଶ୍ୱର ଓ ପୁରୀରେ ଯୋଗାଇବେ ସରକାର

ନଜର ପକାନ୍ତୁ ଏହି ଫାଭିପିରାଭିର କ’ଣ?
ଫାଭିପିରାଭିର ହେଉଛି ଆଂଟି ଭାଇରାଲ୍ ଡ୍ରଗ୍ସ
ଭୂତାଣୁ ସଂଖ୍ୟା ହ୍ରାସ କରାଇଥାଏ
ଭୂତାଣୁର ପାଦ୍ରୁଭାବ କମାଇଥାଏ ଫାଭିପିରାଭିର

କିଏ ଖାଇପାରିବେ ଫାଭିପିରାଭିର?

କରୋନା ପଜିଟିଭ୍ ଥିବ
ଆକ୍ରାନ୍ତଙ୍କଠାରେ ଲକ୍ଷଣ ଥିବ
ପ୍ରଥମ ଦିନରୁ ଖାଇପାରିବେ ଫାଭିପିରାଭିର
ରାପିଡ୍ ଆକ୍ସନ ଟିମ୍ କିମ୍ବା ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବେ

ଏବେ ଦେଖିବା କେଉଁମାନଙ୍କୁ ଫାଭିପିରାଭିର୍ ମନା?

କିଡନୀ ରୋଗୀ, ଲିଭର ରୋଗୀ, ୟୁରିକ୍ ଏସିଡ୍ ଅଧିକ ଥିଲେ
ଯେଉଁ ମହିଳା ଗର୍ଭଧାରଣ କରିଥିବେ
ଗର୍ଭଧାରଣର ଯୋଜନା ଥିଲେ
ସ୍ତନ୍ୟପାନ କରାଉଥିବା ମହିଳା
ଛୋଟପିଲାଙ୍କୁ ମଧ୍ୟ ଫାଭିପିରାଭିର୍ ମନା

ତେବେ ଏହି ଔଷଧ ଖାଇବା ପାଇଁ ରୋଗୀଙ୍କର ସମ୍ମତି ନିଆଯିବ । ଡାକ୍ତରଙ୍କ ପରାମର୍ଶ କ୍ରମେ ୫ ଦିନ ପର୍ଯ୍ୟନ୍ତ ଏହି ଔଷଧ ଖାଇବାକୁ ପଡ଼ିବ । ଫଳରେ ଭୂତାଣୁର ସଂଖ୍ୟା କମିବ ଓ ଏହାର ପ୍ରକୋପ ମଧ୍ୟ ହ୍ରାସ ପାଇବ ବୋଲି ପ୍ରେସମିଟ୍ କରି ଜଣାଇଛନ୍ତି ରାଜ୍ୟ ସରକାର । ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ କମ ରହିଛି । କଟକ, ଭୁବନେଶ୍ୱର ଓ ପୁରୀରେ ଅଧିକ ଆକ୍ରାନ୍ତ ଥିବାରୁ ଏହିସବୁ ଅଂଚଳର ପ୍ରତ୍ୟେକ ରୋଗୀଙ୍କୁ ଫାଭିପିରାଭିର ଯୋଗାଇବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଫାଭିପିରାଭିର ଯୋଗାଇବାରେ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe