ଋଷ- ୟୁକ୍ରେନ୍ ଯୁଦ୍ଧ । କିଏ ହରାଇଛି କେତେ ସୈନ୍ୟ ଓ ସେନାଧିକାରୀ?

139

କନକ ବ୍ୟୁରୋ: କୌଣସି ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧ ମଧ୍ୟରେ ସର୍ବାଧିକ ଦିନ ଚାଲିଲାଣି ଋଷ- ୟୁକ୍ରେନ୍ ଯୁଦ୍ଧ ।ଏଥିରେ କେବଳ ନିରୀହ ନାଗରିକଙ୍କ ଜୀବନ ଯାଇଛି ତା’ ନୁହେଁ ବରଂ ଅନେକ ହଜାର ହଜାର ସୈନ୍ୟ ଓ ସେନାଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଏ ବାବଦରେ ରିପୋଟଁ ପ୍ରକାଶ କରିଛି ‘ଦି ଇଣ୍ଡିପେଣ୍ଡେଣ୍ଟ୍’ ।

ରିପୋର୍ଟ ଅନୁସାରେ ୯ ମାସ ଧରି ଚାଲିଥିବା ୟୁକ୍ରେନ୍ ଯୁଦ୍ଧରେ ରୁଷିଆର ୧,୫୦୦ରୁ ଅଧିକ ସେନା ଅଧିକାରୀ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧୬୦ ଜଣ ଜେନେରାଲ ଓ କର୍ଣ୍ଣେଲ ପାହ୍ୟା ଅଧିକାରୀ ଅଛନ୍ତି। ୟୁକ୍ରେନ ଯୁଦ୍ଧରେ ପ୍ରାୟ ଏକ ଲକ୍ଷରୁ ଅଧିକ ରୁଷ୍ ସେନା ଅଧିକାରୀ ବା କର୍ମଚାରୀ ମୃତ୍ୟୁବରଣ କରିଛନ୍ତି କିମ୍ବା ଆହତ ହୋଇଛନ୍ତି। ୟୁକ୍ରେନ୍‌ର ମଧ୍ୟ ପ୍ରାୟ ସମାନ ସଂଖ୍ୟକ ସୈନିକ ମୃତାହତ ହୋଇଛନ୍ତି।