ନିର୍ବାଚନୀ ବର୍ଷରେ କାହାକୁ ଭରସା କରିବେ ନବୀନ ? ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭିନ୍ନ ଭିନ୍ନ ନାଁକୁ ନେଇ ଚର୍ଚ୍ଚା

308

କନକ ବ୍ୟୁରୋ : ଅଶ୍ୱିନି ବୈଷ୍ଣବ, ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କ ଜାଗାରେ କିଏ ଯିବ ରାଜ୍ୟସଭା , ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ରାଜନୈତିକ ବ୍ୟକ୍ତିବିଶେଷ, କଳାସଂସ୍କୃତି , ଭାଷା ସାହିତ୍ୟ ନା ମହିଳା ଚେହେରା କାହା ଉପରେ ଭରସା କରିବେ ନବୀନ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
-ରାଜ୍ୟସଭା ରେସରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନାଁ ଚର୍ଚ୍ଚା ହେଉଛି
-ପ୍ରତିଶ୍ରୁତି ପାଇଥିବା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉ ପଟ୍ଟନାୟକ ଲବିରେ ଅଛନ୍ତି
-ଭାଷା ସାହିତ୍ୟରେ ପ୍ରବୀଣ ବ୍ୟକ୍ତିବିଶେଷ ଓ ଶିଳ୍ପପତି ବି ଦିଲ୍ଲୀ ଦରବାର ଯିବା ଚର୍ଚ୍ଚା ହେଉଛି
ବିଧାନସଭା ରିଟର୍ଣ୍ଣିଂ ଅଫିସ ପକ୍ଷରୁ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୁରବାରଠାରୁ ୧୫ତାରିଖ ଯାଏଁ ନାମାଙ୍କନ ଦାଖଲ ହୋଇପାରିବ ।

ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନରେ ବିଜେଡିର ବିଜୟ ଏକପ୍ରକାର ନିଶ୍ଚିତ ଥିବାରୁ ଖୁବଶୀଘ୍ର ନାଁ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ । ତେବେ ଚର୍ଚ୍ଚିତ ଚେହେରା ରାଜ୍ୟସଭା ଯିବେ ନା ସରପ୍ରାଇଜ କାର୍ଡ ଖେଳିବେ ନବୀନ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଶା ଓ ଆଶଙ୍କାରେ ଆଶାୟୀ ଥିବାବେଳେ ମାପିଚୁପି ଉତର ଦେଉଛନ୍ତି ବିଜେଡି ନେତା ।

୧୫ ତାରିଖ ଯାଏଁ ଦିନ ୧୧ଟାରୁ ୩ଟା ଯାଏଁ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ତେବେ ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ରାଜନୈତିକ ମହଲର ନଜର ରହିଛି ।