କେଉଁଠୁ ଆସିଲା ‘ଫୋନି’, କିଏ କରିଛି ଏଭଳି ନାମକରଣ? ଜାଣନ୍ତୁ…ଓଡ଼ିଶାକୁ ଆତଙ୍କିତ କରିଥିବା ବାତ୍ୟା ‘ଫୋନି’ର ସମ୍ପୂର୍ଣ ତଥ୍ୟ ।

1,537

କନକ ବ୍ୟୁରୋ: ସାରା ରାଜ୍ୟକୁ ଘାରିଛି ଫୋନି ଭୟ । ମହାବାତ୍ୟା ଠାରୁ ଅଧିକ ରହିପାରେ ପବନର ବେଗ ଓ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର ମାଡ଼ି ଆସିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏପରିକି ଏହି ସାମୁଦ୍ରିକ ଝଡ଼ ‘ଫୋନି’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ଯାହାକି ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି । ତେବେ ‘ଫୋନି’ କେଉଁଠାରୁ ଆସିଛି ଏବଂ ଏହି ସାମୁଦ୍ରକି ଝଡ଼ର ନାମକରଣ କିଭଳି ହୋଇଛି ତାହା ଜାଣିବାକୁ ଆପଣଙ୍କ ମନରେ କୌତୁହଳ ଲାଗି ରହିଥିବ ନିଶ୍ଚିତ । କାରଣ ପୂର୍ବରୁ ଫାଇଲିନ. ହୁଡହୁଡ଼, ତିତଲୀ ଭଳି ବାତ୍ୟାର ନାମକରଣ ମଧ୍ୟ ବିଭିନ୍ନ ଦେଶ କରିଛନ୍ତି ।

ପ୍ରକୃତରେ ଏହି ବାତ୍ୟାର ନାମ ପାଣିପାଗ ନାମ ‘ଟ୍ରପିକାଲ ସାଇକ୍ଲୋନ୍’ କିନ୍ତୁ କିନ୍ତୁ ସହଜରେ ମନେ ରଖିବା ପାଇଁ ଏପରି ନାମକରଣ କରାଯାଇଛି । ଏହି ନାମକରଣ ପ୍ରକ୍ରିୟା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅଧିକ କ୍ରିୟାଶୀଳ ହୋଇଥିଲା । ୧୯୫୩ ଯାଏଁ ଏପରି ନାମକରଣରେ କେବଳ ପୁରୁଷ ନାମ ହିଁ ବ୍ୟବହାର କରାଯାଉଥିଲା । ୧୯୭୯ ପରେ ମହିଳାଙ୍କ ନାମ ମଧ୍ୟ ଏଥିରେ ଅନ୍ତଭୁର୍କ୍ତ କରାଗଲା । ଜଳବାୟୁ ଦୃଷ୍ଟିରୁ ସାମଞ୍ଜସ୍ୟ ଥିବା ଦେଶଗୁଡ଼ିକୁ ଏକାଠି କରାଯାଇ ୧୦ଟି ଜଳବାୟୁ ଜୋନରେ ତିଆରି କରାଯାଇଛି । ଏହି ଜୋନ୍ ଅନୁସାରେ ବାଂଲାଦେଶ, ମାଳଦ୍ୱୀପ, ପାକିସ୍ତାନ, ମିୟାଁମାର, ଓମାନ ଶ୍ରୀଲଙ୍କା ଥାଇଲାଣ୍ଡ ଓ ଭାରତକୁ ଭାରତମହାସାଗରର ଉତ୍ତରରେ ଥିବା ପାଣିପାଗ ଜୋନ୍ ମଧ୍ୟରେ ରଖାଯାଇଛି ।

ଏହି ଅନୁସାରେ ସମ୍ପୃକ୍ତ କ୍ଷେତ୍ରରୁ ସୃଷ୍ଟି ହେଉଥିବା ଟ୍ରପିକାଲ୍ ସାଇକ୍ଲୋନ୍ ଗୁଡ଼ିକୁ ଏହି ଆଠଟି ଦେଶ ନାମକରଣ କରିଥାନ୍ତି । ଏଥିନେଇ ସ୍ୱତନ୍ତ୍ର ପ୍ରସ୍ତାବ ପାରିତ କରାଯାଇଛି। ନିର୍ଦ୍ଧାରିତ ନାଁ ମଧ୍ୟ ସମ୍ପୃକ୍ତ ଦେଶମାନେ ବାଛିଛନ୍ତି । ସେହି ଅନୁସାରେ ପର‌୍ୟ୍ୟାୟକ୍ରମରେ ବାତ୍ୟାଗୁଡ଼ିକର ନାଁ ଦିଆଯାଇଥାଏ । ଏସବୁ ଦେଶଗୁଡ଼ିକ ଭିତରେ ପାଣିପାଗ ତଥ୍ୟ ମଧ୍ୟ ଆଦାନପ୍ରଦାନ ହୋଇଥାଏ । ଭାରତ ଏ ଭିତରେ ସବୁଠାରୁ ଅଧିକ ତଥ୍ୟ ପ୍ରଦାନକାରୀ ରାଷ୍ଟ୍ର ଭାବେ ଜଣାଶୁଣା । କିନ୍ତୁ ଏବେ ସାରା ରାଜ୍ୟକୁ ଡ଼ରାଉଥିବା ବାତ୍ୟା ‘ଫୋନି’ର ନାମକରଣ ବାଂଲାଦେଶ ଦେଇଥିବା ଜଣାପଡ଼ିଛି । କାରଣ ବାଂଲାଦେଶ ମଧ୍ୟ ଅନୀଲ, ଅଗ୍ନି, ନିଶା, ଗିରି, ହେଲେନ୍ଥ, ଚପଳା, ଓକ୍ଚି, ଏବଂ ଏହି ଭୟଙ୍କର ରୂପ ଧାରଣ କରୁଥିବା ଫୋନି ଆଦି ନାମ ପାଇଁ ବାଛିବାର ଅଧିକାର ଦିଆଯାଇଛି ।

ସେହିଭଳି ଭାରତ ପକ୍ଷରୁ ଅଗ୍ନି, ଜଳ, ଆକାଶ, ବିଜୁଳି, ଲହର, ମେଘ, ସାଗର ବାୟୁ ଆଦି ନାମକୁ ବାତ୍ୟା ନାମକରଣ ପାଇଁ ବଛାଯାଇଛି ।

ପାକିସ୍ତାନ ପକ୍ଷରୁ- ନର୍ଗିସ୍, ଲୈଲା, ନିଲମ, ନିଲୋଫର୍ର, ବାର୍ଦ୍ଦା, ତିତଲି, ବୁଲବୁଲ୍, ପ୍ରଭୃତି ନାମ ବଛାଯାଇଛି ।

ଶ୍ରୀଲଙ୍କା ପକ୍ଷରୁ ମାଲା, ରଶ୍ମି, ବାନ୍ଦୁ, ବିୟାରୁ, ଅସୋବା, ମୁରୁବା, ଗାଜା, ପୱନ. ଥାଇଲାଣ୍ଡ ପକ୍ଷରୁ ମୁକଡ଼ା, କାଇମୁଖ୍, ଫେଟ୍,, ଫାଇଲିନ୍, କୋମେନ୍ତ, ମୋରା, ଫେଟାଇ, ଅଣ୍ଠାନ୍

ମିୟାଁମାର୍ ପକ୍ଷରୁ ପ୍ୟାର, ଫ୍ୟାନ୍ମ, ଥାନେ, ନନକ, କ୍ୟାନ୍ତ, ଦାୟେ, ଏବଂ ଓମାନ୍ ପକ୍ଷରୁ ବାଜ୍, ସିଦିର, ୱାର୍ଡ଼, ମୁର୍ଜନ୍ଶ, ହୁଡ୍ ହୁଡ୍, ନାଦା, ଲୁବନ୍ ମାହା ପ୍ରଭୃତି ନାମକୁ ବାତ୍ୟାର ନାମକରଣ ପାଇଁ ବଛାଯାଇଛି ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଉଲ୍ଲେଖ କରାଯାଇଛି ।