କନକ ବ୍ୟୁରୋ : ଭାରତ ନିର୍ମିତ ୭ଟି କଫ ସିରପ୍ ଯାଂଚ ପାଇଁ ତାଲିକାଭୁକ୍ତ କଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ନକଲି ସିରପ ପାଇଁ ସାରା ୩ଶହ ଲୋକଙ୍କ ମୃତ୍ୟୁ ଘଟଣା ପରେ ଭାରତର ୭ଟି କଫ ସିରପ ସମେତ ୨୦ଟି ଔଷଧକୁ ଯାଂଚ ଅର୍ନ୍ତଭୁକ୍ତ କରିଛି "ହୁ" । ଅନ୍ୟ ଔଷଧ ଗୁଡିକ ଇଣ୍ଡୋନେସିଆର ବୋଲି ଜଣାପଡିଛି । ଘଟଣାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଗମ୍ଭୀରତା ସହ ଗ୍ରହଣ କରିବା ସହ ପ୍ରତିକ୍ରିୟା ରଖିଛନ୍ତି ।ଭାରତ ଔଷଧର ମାନ ସହ କେବେ ସାଲିସ କରେନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ନକଲି ଔଷଧ କାରବାରକୁ ରୋକିବା ଦିଗରେ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ଏନେଇ ୭୧ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଓ ୧୮ କମ୍ପାନୀକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୨ ମସିହାରେ ଗାମ୍ବିଆ ଓ ଉଜବେକିସ୍ତାନରେ ୧୮ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏଥିପାଇଁ ଭାରତ ନିର୍ମିତ କପ ସିରପକୁ ଦାୟୀ କରାଯାଇଥିଲା । ଅଭିଯୋଗ ଆସିବା ପରେ ଆକ୍ସନ ମୁଡକୁ ଆସିଥିଲେ ଭାରତ ସରକାର ।

Advertisment