କରୋନାକୁ ନେଇ ଧରାପଡିଲା ଚୀନର ଚାଲବାଜି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂଆ ତଥ୍ୟ; ୩୧ ଡିସେମ୍ବରରେ କରୋନାର ସଂକ୍ରମଣ ନେଇ ସୂଚନା ଦେଇନଥିଲେ ଚୀନ୍ କର୍ତ୍ତୃପକ୍ଷ

କେବଳ ନିମୋନିଆ ଭଳି ରୋଗର ସଂକ୍ରମଣ ବାବଦରେ ସୂଚନା ଦେଇଥିବା ଚୀନରେ ଥିବା ଡବ୍ଲୁଏଚଓ କାର୍ଯ୍ୟାଳୟ

1,509

କନକ ବ୍ୟୁରୋ: ଧରା ପଡିଲା ଚୀନର ଚାଲବାଜି । ଚୀନରୁ କରୋନା ମହାମାରୀ ବ୍ୟାପିଥିବାବେଳେ, ସାରା ବିଶ୍ୱକୁ ଏନେଇ ବେଜିଂ ଅନ୍ଧାରରେ ରଖିଥିଲା ବୋଲି ଅଭିଯୋଗ ହୋଇଆସୁଛି । ଆମେରିକା ଏହି ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଦାୟୀ କରିଆସୁଛି । ଚୀନକୁ ସୁରକ୍ଷା ଦେବାପାଇଁ ଡବ୍ଲୁଏଚଓ ମିଛ କହିଆସୁଥିବା ଅଭିଯୋଗ କରି ଫଣ୍ଡିଂ ବନ୍ଦ କରିଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଚାରିଆଡୁ ସମାଲୋଚନା ପରେ ଏପ୍ରିଲ ୯ ତାରିଖରେ ଏହାର ୱେବସାଇଟରେ କରୋନା ସଂକ୍ରମଣର ଘଟଣାକ୍ରମ ବାବଦରେ ସୂଚନା ଦିଆଯାଇଥିଲା ।

ଏଥିରେ ହୁବେଇ ପ୍ରାନ୍ତରେ ଥିବା ଉହାନ ମ୍ୟୁନିସିପାଲିଟି କମିଶନର ଡିସେମ୍ବର ୩୧ ତାରିଖରେ ପ୍ରଥମ ନିମୋନିଆ ଭଳି ସଂକ୍ରାକମ ରୋଗ ବାବଦରେ ସୂଚନା ଦେଇଥିବା କୁହାଯାଇଥିଲା । ହେଲେ ଏବେ ଏହି ତଥ୍ୟକୁ ପରିବର୍ତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନୂଆ ତଥ୍ୟରେ କୁହାଯାଇଛି ଯେ, ଚୀନରେ ନିମୋନିଆ ଭଳି ଭୂତାଣୁ ଜନିତ ସଂକ୍ରମଣ ଆରମ୍ଭ ହୋଇଥିବା ସେଠାରେ ଥିବା ଡବ୍ଲୁଏଚଓ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଥିଲା । ଅର୍ଥାତ ଚୀନ କ ର୍ତୃପ କ୍ଷ ଏବାବଦରେ କୌଣସି ସୂଚନା ଦେଇନଥିଲେ ବୋଲି ସ୍ପଷ୍ଟ କରାଯାଇଛି ।