କନକ ବ୍ୟୁରୋ: ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି ଦେଶ । ଏବେବି ଲୋକ ପ୍ରିୟତାରେ ମୋଦି ବହୁଆଗରେ ରହିଛନ୍ତି । ପୂର୍ବରୁ ଯେମିତି ପ୍ରଧାନମନ୍ତ୍ରୀ ଭାବରେ ଲୋକପ୍ରିୟତା ଥିଲା ଠିକ ଏବେବି ସେମିତି ହିଁ ଅଖଣ୍ଡ ଲୋକପ୍ରିୟତା ରହିଛି ମୋଦିଙ୍କର ।
ମୁଡ୍ ଅଫ୍ ଦି ନେସନ୍ ଅନୁଯାୟୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି ଏବଂ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଏପର୍ୟ୍ୟନ୍ତ ସବୁଠାରୁ ଲୋକପ୍ରିୟ ବିକଳ୍ପ ହୋଇ ରହିଛି। ୬୬ ପ୍ରତିଶତ ଲୋକ ବିଶ୍ୱାସ କରିଛନ୍ତି ଯେ ନରେନ୍ଦ୍ର ମୋଦୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଉଚିତ୍। ମୋଦୀଙ୍କ ପରେ ରାହୁଲ ଗାନ୍ଧୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି କିନ୍ତୁ ସେ ମଧ୍ୟ ଦଶ ଜଣଙ୍କ ସଂଖ୍ୟା ଛୁଇଁ ପାରି ନାହାଁନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତୃତୀୟ ସର୍ବାଧିକ ପସନ୍ଦିତ ନେତା ଭାବେ ବିବେଚିତ ହୋଇଥିବା ସହ ୫ ପ୍ରତିଶତ ଭୋଟ୍ ପାଇଛନ୍ତି ।
ସେହିପରି ଭାବରେ ଗୃହମନ୍ତ୍ରୀ ଅମିତ ଶାହା ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ତାଲିକାରେ ଅଛନ୍ତି ଏବଂ ଉଭୟଙ୍କୁ ୩ ପ୍ରତିଶତ ଲେଖାଏଁ ଭୋଟ ମିଳିଛି । ପ୍ରତିଶତ ଭୋଟ୍ ମିଳିଛି । ଏହି ତାଲିକାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ର ମଧ୍ୟ ଅଛନ୍ତି । ତେବେ ସେମାନଙ୍କୁ ୨ ପ୍ରତିଶତ ଲେଖାଏଁ ଭୋଟ୍ ପାଇଛନ୍ତି।
୧୯ ରାଜ୍ୟରେ କରାଯାଇଛି ସର୍ଭେ
ଦେଶର ୧୯ ରାଜ୍ୟରେ କରାଯାଇଛି ସର୍ଭେ । ଆସାମ ଆନ୍ଧ୍ର-ପ୍ରଦେଶ, ବିହାର ,ଦିଲ୍ଲୀ, ଝାଡଖଣ୍ଡ, ଗୁଜୁରାଟ, କେରଳ, ହରିୟାଣା, ଛତିଶଗଡ, କର୍ଣ୍ଣାଟକ , କେରଳ, ମଧ୍ୟପ୍ରଦେଶ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା , ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପରି ରାଜ୍ୟ ସର୍ଭେରେ ସାମିଲ ହୋଇଥିଲେ । ସର୍ଭେରେ ମୋଟ୍ ୫୨ ପ୍ରତିଶତ ପୁରୁଷ ଓ ୪୮ ପ୍ରତିଶତ ମହିଳା ସାମିଲ ଥିଲେ ।
ଜାନୁଆରୀ ୨୦୨୦ ସର୍ଭେରେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ସବୁଠାରୁ ଲୋକପ୍ରିୟ ନେତା ଭାବରେ ମନୋନୀତ ହୋଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ କରାଯାଇଥିବା ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ୪୦ ପ୍ରତିଶତ ପାର୍ଥକ୍ୟ ରହିଥିଲା। ୫୩ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରିଥିବାବେଳେ କେବଳ ୧୩ ପ୍ରତିଶତ ଲୋକ କହିଛନ୍ତି ଯେ ରାହୁଲ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଉଚିତ୍।
କରୋନା ସଙ୍କଟକୁ ମୋଦି ସରକାର କିପରି କରିଥିଲେ ମୁକାବିଲା?
ଯଦି ଧର୍ମ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଏହି ସର୍ଭେରେ ୮୬ ପ୍ରତିଶତ ହିନ୍ଦୁ , ୯ ପ୍ରତିଶତ ମୁସଲମାନ ଏବଂ ଅନ୍ୟ ଧର୍ମର ୫ ପ୍ରତିଶତ ଲୋକ ଏହି ମତ ଦେଇଛନ୍ତି । ସର୍ବେକ୍ଷଣରେ ୩୦ ପ୍ରତିଶତ ଉଚ୍ଚଜାତି, ୨୫ ପ୍ରତିଶତ ଏସସି-ଏସଟି ଏବଂ ୪୪ ପ୍ରତିଶତ ଅନ୍ୟ ପଛୁଆ ବର୍ଗ ଅନ୍ତର୍ଭୁକ୍ତ । ତେବେ ଏହି ସାକ୍ଷାତକାର ଭାବରେ ନୁହେଁ ବରଂ ଫୋନ ମାଧ୍ୟମରେ ହିଁ କରାଯାଇଛି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ମହାମାରୀ ସାରା ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି । ଅନେକ ଲୋକ ଜୀବିକା ହରାଇଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଭାବରେ ଏବେ ବି ମୋଦିଙ୍କୁ ଲୋକମାନେ ପସନ୍ଦ କରୁଥିବା ସର୍ଭେ ରିପୋର୍ଟରୁ ସ୍ପଷ୍ଟ ଜଣାପଡିଛି ।