ସାବଧାନ୍ ! କରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ...

Advertisment
ଓଡିଶାରେ ଆରମ୍ଭ ହେଲା କରୋନା ଟେଷ୍ଟ । ଭୁବନେଶ୍ୱର ଆରଏମଆରସିରେ ହେଉଛି କରୋନା ନମୂନା ପରୀକ୍ଷା

କନକ ବ୍ୟୁରୋ: କରୋନା ଭାଇରସକୁ ମହାମାରୀ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) । ଏହି ମହାମାରୀ କରୋନା ଭାଇରସ୍ ଅତି ଭୟଙ୍କର ହୋଇପଡ଼ିଛି। ଏଥିପାଇଁ ଲୋକମାନଙ୍କ ମଧ୍ୟରେ ମାତ୍ରାଧିକ ଭୟ ବଢ଼ିଛି। ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। କର୍ଣ୍ଣାଟକରେ ଜଣେ ରୋଗୀଙ୍କ ପରିଚୟ ପ୍ରଘଟ କରିଥିବାରୁ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ମିଳିଥିଲା।

ପୁନେର କର୍ତ୍ତୃପକ୍ଷମାନେ କହିଛନ୍ତି, ସୋସିଆଲ ମିଡିଆରେ ଯଦି କୌଣସି ରୋଗୀଙ୍କ ପରିଚୟ ପ୍ରଘଟ କରାଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପୁଲିସ ଏନେଇ ସୋସିଆଲ ମିଡିଆ ପୋଷ୍ଟ୍ଗୁଡ଼ିକୁ ଯାଞ୍ଚ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଯଦି କୌଣସି ରୋଗୀଙ୍କ ପରିଚୟ ପ୍ରଘଟ ହୁଏ ତେବେ ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ବାସନ୍ଦ କରାଯାଇପାରେ । ଏହି କାରଣ ପାଇଁ ରୋଗୀଙ୍କ ପରିଚୟ ପ୍ରଘଟ କରିବାକୁ ମନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe