କରୋନା କାବୁରେ ସାରା ବିଶ୍ୱ । ଭୟଙ୍କର ଭୂତାଣୁର ଭୟାବହତା ଦେଖି ‘ବିଶ୍ୱ ମହାମାରୀ’ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

506

କନକ ବ୍ୟୁରୋ: ବିଶ୍ୱରେ କାୟା ମେଲାଉଥିବା କରୋନାକୁ ନେଇ ବଡ଼ ଖବର । ଚୀନ୍, ଇରାନ୍ ଏବଂ ଇଟାଲୀରେ ଭୟାବହତା ପରେ ବିଶ୍ୱ ମହାମାରୀ ଘୋଷିତ ହେଲା କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଏବଂ ୪ ହଜାରୁ ଅଧିକ ଜୀବନ ନେଲା ପରେ କରୋନାକୁ ବିଶ୍ୱ ମହାମାରୀ ଘୋଷିତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପରିକି ଭାରତରେ ମଧ୍ୟ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ହେତୁ କେନ୍ଦ୍ର ସରକାର ବଡ଼ ନିଷ୍ପତି ନେଇଛନ୍ତି । ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ବିଦେଶ ଯାତ୍ରା ଓ ଆଗମନ କ୍ଷେତ୍ରରେ ଭିଜା ରଦ୍ଦ କରାଯାଇଛି । କିନ୍ତୁ ରାଜନୈତିକ ବ୍ୟକ୍ତି, ଅଧିକାରୀ ଏବଂ ଜାତିସଂଘର କର୍ମଚାରୀଙ୍କ କ୍ଷେତ୍ରରେ ଏହାକୁ କୋହଳ କରାଯାଇଛି ।

ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଂଚିଛି ।
କର୍ଣ୍ଣାଟକରେ ୭୬ ବର୍ଷୀୟ ବୃଦ୍ଧ ମହମ୍ମଦ ହୁସେନ ସିଦ୍ଧିକିଙ୍କ ମୃତ୍ୟୁ ହୋଇଛି । ସେ ସାଉଦି ଆରବରୁ ଫେବ୍ରୁଆରୀ ୨୯ରେ ଫେରିଥିଲେ । କରୋନା ସଂକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏଯାଏ ରିପୋର୍ଟ ଆସିନଥିବାରୁ ଏହା ସ୍ପଷ୍ଟ ହୋଇନାହିଁ । ଦେଶରେ ମୋଟ୍ କରୋନା ଆକ୍ରାନ୍ତ ୬୦ ଛୁଇଁଛି ।

ଗତକାଲି ୧୪ ଜଣ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ କେବଳ କେରଳରୁ ୮ଜଣ, କର୍ଣ୍ଣାଟକରେ ୩ ଓ ମହାରାଷ୍ଟ୍ରରେ ଜଣେ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳଛି । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏପର୍ଯ୍ୟନ୍ତ ୫୦ ଜଣ କରୋନାରେ ସଂକ୍ରମିତ ହୋଇଥିବା କୁହାଯାଇଛି । ସେପଟେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ନାଦିନ ଡ଼ୋରିସ । ଡ଼ୋରିସ ଦେଶର ପ୍ରଥମ ସାଂସଦ, ଯିଏ କି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

କରୋନା ଭୂତାଣୁର ମୁକାବିଲା ପାଇଁ ଜାରି ହେଲା ଆଡଭାଇଜରି । ବିଧାନସଭା ସଚିବାଳୟ କର୍ମଚାରୀଙ୍କ ଜାରି ହୋଇଛି ଏହି ଆଡଭାଇଜରି । ଆଡଭାଇଜରି ମୁତାବକ
-କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ କରାଗଲା
-ରେଜିଷ୍ଟର ଉପସ୍ଥାନ ଦେବେ କର୍ମଚାରୀ
-କାର୍ଯ୍ୟାଳୟରେ ଏକାଠି ହୋଇ ସଭାସମିତି କରିପାରିବେ ନାହିଁ
-ଥଣ୍ଡା,ଛିଙ୍କ ହେଉଥିଲେ ଟିସୁ ପେପର ବ୍ୟବହାର କରିବେ
-ହାତକୁ ନିୟମିତ ଭଲ ଭାବେ ସାବୁନରେ ସଫା କରିବେ
-କାର୍ଯ୍ୟାଳୟ ପରିଷ୍କାର ପାଇଁ କମ୍ପ୍ୟୁଟର, ଟେବୁଲକୁ ସ୍ପ୍ରେ ଦ୍ୱାରା ପୋଛାଯିବ
-ଚିକିତ୍ସା ପାଇଁ ବିଧାନସଭା ଡିସପେନସାରୀ ଡାକ୍ତରଙ୍କ ପରାମର୍ଶରେ ଓøଷଧ ଖାଇବେ
ପିଟୁସି- ଗୋଟିଏ ପଟେ ରାଜ୍ୟ ସରକାର କରୋନା ଭୂତାଣୁକୁ ନେଇ ସତର୍କତା ଅବଲମ୍ବନ କରୁଥିବା ବେଳେ ଦେଶରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଦେଇଛି ।