ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିର୍ଦ୍ଦେଶକଙ୍କ ବଡ ବୟାନ । କହିଲେ, ଲ୍ୟାବରୁ ଆସିଥାଇପାରେ କରୋନା ଭାଇରସ, ବର୍ତମାନ ସମୟରେ ଏହାକୁ ସଂପୂର୍ଣ୍ଣ ଅସ୍ୱୀକାର କରିବା ହେବ ଅପରିପକ୍ୱତା

164

କନକ ବ୍ୟୁରୋ : କେଉଁଠୁ ଆସିଛି କରୋନା ଭୂତାଣୁ । ଏ ନେଇ ବଡ଼ ବୟାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । ସେ କହିଛନ୍ତି, ଚୀନ ଉହାନ୍ ଲାବୋରେଟୋରିରୁ କୋଭିଡ୍ ଭାଇରସ୍ ଲିକ୍ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି, ତାହାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ପାରିବ ନାହିଁ । ଏପରି କରିବା ବର୍ତମାନ ସ୍ଥିତିରେ ଅପରିପକ୍ୱତା ହେବ । କରୋନା ମହାମାରୀ ଏବଂ ଲାବୋରେଟୋରି ମଧ୍ୟରେ ଲିଙ୍କ୍ ରହି ଥାଇପାରେ । ଏ ନେଇ ଅଧିକ ଗବେଷଣା ଆବଶ୍ୟକ । ଚୀନକୁ ଏ ନେଇ ଅଧିକ ସ୍ୱଚ୍ଛତା ଅବଳମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଘେବ୍ରେୟେସ୍ ଟେଡ୍ରସ୍ ।
ବୈଜ୍ଞାନିକମାନଙ୍କ ତଦନ୍ତରେ ସହଯୋଗ କରିବା ପାଇଁ କହିଛନ୍ତି ଡବ୍ଲୁଏଚଓ ମୁଖ୍ୟ । କେଉଁଠି କରୋନା ଭୂତାଣୁର ଉତ୍ପତି ହୋଇଛି, ବୈଜ୍ଞାନିକମାନେ ତଦନ୍ତ କରିବାକୁ ଦିଆଯାଉ । ଚୀନର ଉହାନ ସହରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମହାମାରୀ ବ୍ୟାପିବା ନେଇ ଚୀନ ପାଖରେ ଯେଉଁ ତଥ୍ୟ ରହିଛି, ତାକୁ ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କୁ ଦେବା ପାଇଁ କହିଛନ୍ତି ଡବ୍ଲୁଏଚଓ ମୁଖ୍ୟ । ଏ କ୍ଷେତ୍ରରେ ଅଧିକ ସ୍ୱଚ୍ଛ, ସହଯୋଗ କରିବାକୁ ଚୀନକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।