କରୋନା ବେଳେ ରଥଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିଲା କିଏ? ନବୀନ ବାବୁ ନିଜେ ଆସି ରଖନ୍ତୁ ପ୍ରତିକ୍ରିୟା- ଧର୍ମେନ୍ଦ୍ର

Advertisment
କରୋନା ବେଳେ ରଥଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିଲା କିଏ? ନବୀନ ବାବୁ ନିଜେ ଆସି ରଖନ୍ତୁ ପ୍ରତିକ୍ରିୟା- ଧର୍ମେନ୍ଦ୍ର

କନକ ବ୍ୟୁରୋ: ପ୍ରେସମିଟରେ ପୁଣି ନବୀନଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଓଡ଼ିଶାକୁ ନେତୃତ୍ୱ ଦେବ କିଏ? ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ନବୀନ ବାବୁଙ୍କୁ କ’ଣ କେହି ମିଳିଲେନି ଦଳକୁ ନେତୃତ୍ୱ ଦେବାପାଇଁ? ବିଜେଡିରେ କେହି ସାଂସଦ କି ବିଧାୟକଙ୍କ ଭିତରେ କ’ଣ କେହି ଉତ୍ତରାଧିକାରୀ ନାହାନ୍ତି ନେତୃତ୍ୱ ନେବାପାଇଁ?

୨୦୨୦ରେ ରଥଯାତ୍ରା ବନ୍ଦ କରିବାକୁ କିଏ ଷଡ଼ଯନ୍ତ୍ର କରିଥିଲା? ସବୁକଥାରେ ବିଜେପି ଆଉ ବିରୋଧୀକୁ ଦୋଷ ଦେବା ପୂର୍ବରୁ ଆପଣ କ୍ଷମତାରେ ଥାଇ କ’ଣ କ’ଣ କରିଛନ୍ତି ତାହାର ଉତ୍ତର ନିଜେ ଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ଦିନରେ ମୁଁ ଓଡ଼ିଆ ନା ନୁହେଁ ତାହା ସାଢ଼େ ୪ କୋଟି ଲୋକ ସାର୍ଟିଫିକେଟ୍ ଦେବେ । ପ୍ରଧାନମନ୍ତ୍ରୀ ମୋଦି ଏକ ଟିଭିରେ କହିଛନ୍ତି, ସୁଯୋଗ ଦେଲେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବୁ । କାରଣ ଏବେବି ରାଜ୍ୟରେ ବିଭିନ୍ନ ସରକାରୀ ଅଫିସରେ ୧ ଲକ୍ଷ ପଦବୀ ଖାଲି ପଡ଼ିଛି ।

ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି ବାଢ଼ିଛନ୍ତି ଯେ, ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି । କାରଣ ଓଡ଼ିଶାରେ ଏବେ ପ୍ରଧାନମନ୍ତ୍ରୀ ମୋଦି ସବୁଠୁ ଲୋକପ୍ରିୟ ନେତା ହୋଇଗଲେଣି । ବୟସ୍କ, ମହିଳା, ଯୁବବର୍ଗଠୁ ଆରମ୍ଭ କରି ସଭିଏଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଆସ୍ଥା ବଢ଼ାଇଛନ୍ତି । କାରଣ ମୋଦୀଙ୍କ ଶାସନକାଳରେ ସବୁଠୁ ଅଧିକ ଲାଭାର୍ଥି ରାଜ୍ୟ ହୋଇଛି ଓଡ଼ିଶା । ୨୦୦୪ରୁ ୨୦୧୪ କଂଗ୍ରେସ ଶାସନରେ ଓଡ଼ିଶାକୁ ପ୍ରାୟ ୩ଲକ୍ଷ କୋଟିର ଆର୍ଥିକ ଅନୁଦାନ ମିଳିଥିଲା । କିନ୍ତୁ ମୋଦିଙ୍କ ୧୦ ବର୍ଷ ଶାସନ କାଳରେ ୧୮ ଲକ୍ଷରୁ ଅଧିକ କୋଟି ଟଙ୍କା ଓଡ଼ିଶାର ଉନ୍ନତି ପାଇଁ ମୋଦୀ ସରକାର ପଠାଇଛନ୍ତି । ଆଉ ପ୍ରତିଦ୍ୱନ୍ଦ୍ୱୀମାନେ ଏହାକୁ ନେଇ ସନ୍ଦେହ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe