ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : ଭୂତାଣୁର ନୂଆ ପ୍ରକାର ପୂର୍ବ ସଂକ୍ରମଣ ତୁଳନାରେ ଅଧିକ ବେଗରେ ମାଡ଼ୁଛି

174

କନକ ବ୍ୟୁରୋ : ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ । ଏହା ଖୁବ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡବ୍ଲୁଏଚଓ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଡବ୍ଲୁଏଚଓ କହିଛି ଭାରତରେ ଦେଖା ଦେଇଥିବା କରୋନାର ନୂଆ ରୁପ- ବି.୧. ୬୧୭ ଗତବର୍ଷ ଅକ୍ଟୋବର ବେଳକୁ ଚିହ୍ନଟ ହୋଇଥିଲା ।

ତେବେ ରୁପ ବଦଳାଇବା ପରେ ମୂଳ ଭୂତାଣୁ ଅପେକ୍ଷା ଏହା ଅଧିକ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ସେହିପରି ନିଜକୁ ସୁରକ୍ଷା ଦେବା ପାଇଁ ଏହି ନୂଆ ପ୍ରକାର ଭୂତାଣୁ ଅନେକ ବିକଶିତ ହୋଇସାରିଛି । ତେଣୁ ଏହାକୁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ଡବ୍ଲୁଏଚଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଭାରତରେ ଦେଖାଦେଇଥିବା ମ୍ୟୁଟାଂଟ ବିରୋଧରେ ସମସ୍ତ କରୋନା ଟିକା ପ୍ରଭାବୀ ହୋଇପାରିବ । ତେଣୁ ଟିକାକରଣକୁ ଜୋରଦାର କରିପାରିଲେ ଏହି ଭୂତାଣୁର ପ୍ରଭାବ ବିଶ୍ୱରେ କମାଯାଇ ପାରିବ ।

Comments are closed.