୩ ଦିନିଆ ଭାରତ ଗସ୍ତରେ WHO ମୁଖ୍ୟ ଗେବ୍ରେୟେସସ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁଜୁରାଟ ଯିବେ । 

Advertisment
୩ ଦିନିଆ ଭାରତ ଗସ୍ତରେ WHO ମୁଖ୍ୟ ଗେବ୍ରେୟେସସ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁଜୁରାଟ ଯିବେ । 
କନକ ବ୍ୟୁରୋ: ଆଜିଠାରୁ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଡବ୍ଲୁଏଚଓ(WHO) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ
ଡା. ଟେଡ୍ରସ୍ ଗେବ୍ରେୟେସସ୍ । ଭାରତରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁଜୁରାଟ ଯିବେ । ସେଠାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରଡିସନାଲ ମେଡିସିନ(ଜିସିଟିଏମ)ର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗର, ବନାସ୍କାଣ୍ଠା, ଜାମନଗର ଏବଂ ଦାହୋଦରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ। ରବିବାର ଦିନ ପୋଷ୍ଟ କରିଥିବା କେତେଗୁଡ଼ିଏ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରର ଏହି ପ୍ରକଳ୍ପ ସବୁ ଜନସାଧାରଣଙ୍କ ଜୀବନଯାପନ ଧାରାକୁ ସହଜ କରିବାରେ ସହାୟକ ହେବ।
ଏହି ୩ଦିନିଆ ଗସ୍ତ ସମୟରେ ତାଙ୍କ ସହିତ ଯୋଗ ଦେବାକୁ ଥିବା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଗେବ୍ରେୟେସସ୍ ମଧ୍ୟ ଅଳ୍ପ କେତୋଟି କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ।ଆଜି ଗେବ୍ରେୟେସସ୍‌ ରାଜକୋଟରେ ପହଞ୍ଚି ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସେ ଜାମନଗର ଠାରେ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ସହ ମିଶି ‘ହୁ ଗ୍ଲୋବାଲ୍‌ ସେଣ୍ଟର୍‌ ଫର୍‌ ଟ୍ରାଡିସ୍‌ନାଲ୍‌ ମେଡିସିନ୍‌’ର (ଜିସିଟିଏମ୍‌) ଶିଳାନ୍ୟାସ କରିବେ।
ସୂଚନାଯୋଗ୍ୟ, ଆଜି ମୋରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନାଥ ମଧ୍ୟ ରାଜକୋଟରେ ପହଞ୍ଚିବେ। ତାଙ୍କୁ ବିମାନ ବନ୍ଦରରେ ସାଂସ୍କୃତି କାର୍ୟ୍ୟକ୍ରମ ମାଧ୍ୟମରେ ସ୍ବାଗତ କରାଯିବ। ଏହାଛଡ଼ା, ତାଙ୍କୁ ମଧ୍ୟ ବିମାନବନ୍ଦରରୁ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ତାଙ୍କ ଗନ୍ତବ୍ୟସ୍ଥଳକୁ ନିଆଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe