କନକ ବ୍ୟୁରୋ: ଜଙ୍ଗଲ କାଟି ଜନବସତି କରାଇଥିବା ଅଭିଯୋଗରେ ନାରାୟଣ ନାଗେଶଙ୍କୁ ହତ୍ୟା କରିବା ସହିତ ୯ ଜଣଙ୍କୁ ଗାଁ ଛାଡ଼ି ଚାଲିଯିବାକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଥିଲେ ମାଓବାଦୀ । ସେହିଦିନ ଠାରୁ ଭୟଭୀତ ହୋଇ ଗାଁ ଛାଡି ଅନ୍ୟତ୍ର ରହୁଥିଲେ ଗ୍ରାମବାସୀ । ସେହି ଜନଶୂନ୍ୟ ଗାଁର ଅଧିକାଂଶ ଘରକୁ ପୋଡି ଦିଆଯାଇଛି । ଘରେ ଥିବା ଜିନିଷପତ୍ର ପୋଡିଜଳି ପାଉଁଶ ହୋଇଯାଇଛି ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପୁର ଗାଁରେ । ବର୍ଷେ ତଳେ ଜଙ୍ଗଲ କାଟି ଲକ୍ଷ୍ମଣପୁର ଗାଁ ସୃଷ୍ଟି କରାଯିବା ସହ ସେଠାରେ ଲୋକେ ଘର କରି ରହୁଥିଲେ । ଜଙ୍ଗଲ କାଟି ଜନବସତି କରାଯାଇଥିବା ଅଭିଯୋଗ କରି ଗତ ମାର୍ଚ ମାସ ୧୭ ତାରିଖରେ ନକ୍ସଲମାନେ ଟାର୍ଗେଟ କରି ନାରାୟଣ ନାଗେଶଙ୍କୁ ହତ୍ୟା କରିବା ସହ ୧୨ ଜଣ ଗ୍ରାମବାସୀଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଉଥିଲେ । ମାଓବାଦୀଙ୍କ ଭୟରେ ଲୋକମାନେ ଗାଁ ଛାଡି ନିଜର ସବୁ ସାମଗ୍ରୀ ଛାଡି ଚାଲି ଯାଇଥିଲେ । ଘର ଗୁଡ଼ିକକୁ ତାଲା ପକାଇ ଦେଇଥିଲେ । ମଝିରେ ମଝିରେ ଗାଁକୁ ଘର ଦେଖି ପୁଣି ଚାଲିଯାଉଥିଲେ । ହେଲେ ଏଇ କିଛି ଦନ ତଳେ ଗାଁରେ ୩୨ରୁ ଅଧିକ ଘରକୁ ପୋଡି ଦିଆଯାଇଛି । କିଏ ନିଆଁ ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ପୁଲିସ ଗାଁରେ ପହଞ୍ଚି ତଦନ୍ତ କରୁଛି । ଏହି ଗାଁ ପୋଡି ଘଟଣାରେ କାହାର ସମ୍ପୃକ୍ତି ରହିଛି ତାହା ଜଣାପଡ଼ିନାହିଁ ନାହିଁ ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/village.jpg)