କନକ ବ୍ୟୁରୋ : ଇସ୍ତଫା ଦେଲେ ନବୀନଙ୍କ ସମସ୍ତ ମନ୍ତ୍ରୀ । ସବୁ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ଏହାସହ ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ । ଯେହେତୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ତେଣୁ କାହାକୁ ସୁଯୋଗ ମିଳିବ ତାହା ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିଛି । ଖାସକରି ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସମ୍ଭାବ୍ୟ ମନ୍ତ୍ରୀ ଭାବେ କିଛି ନେତାଙ୍କୁ ଫୋନ କଲ ଯାଇଥିବା କୁହାଯାଉଛି । ଯେଉଁମାନଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଲୋକସେବା ଭବନର କନଭେନସନ ହଲରେ ଆସନ୍ତାକାଲି ନୂଆ ମନ୍ତ୍ରୀ ଶପଥ ନେବେ ।

Advertisment

ଏସବୁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯେଉଁ ତାଲିକାରେ ଅନେକ ଯୁବ ଚେହେରା ଓ ବରିଷ୍ଠ ଚେହେରାଙ୍କୁ ସାମିଲ କରାଯିବ । ୨୦୨୪ ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଉଥିବାରୁ ସାଙ୍ଗଠନିକ ଦକ୍ଷତା ଥିବା ନେତାଙ୍କୁ ପୁରସ୍କାରସ୍ୱରୂପ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି । ତେବେ ସମ୍ଭାବ୍ୟ ମନ୍ତ୍ରୀ ହେବାକୁ ଥିବା ନେତାଙ୍କୁ ଏବେ କଲ ଆସିଥିବା ନେଇ ସୂଚନା ମିଳିଛି । ଯେଉଁଥିରେ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେଇ ଥିବା କୁହାଯାଉଛି । ପ୍ରୀତିରଞ୍ଜନ ଯୁବ ଚେହେରା ହୋଇଥିବା ବେଳେ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରି ଆସୁଛନ୍ତି ।

ସେହିଭଳି ଅନ୍ୟ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ବୌଦ୍ଧରୁ ପ୍ରଦୀପ ଅମାତ, ଗଞ୍ଜାମରୁ ଲତିକା ପ୍ରଧାନ, କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ମୟୂରଭଞ୍ଜରୁ ବାସନ୍ତୀ ହେମ୍ରମ୍ବଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ସେହିଭଳି ପ୍ରତାପ ଦେବ, ସୂର୍ଯ୍ୟନାରାୟଣ ପାତ୍ର, ସୁଶାନ୍ତ ରାଉତ, ପ୍ରଣବ ପ୍ରକାଶ ଦାସ ଅନୁଭବୀ ନେତା ଭାବେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ ।