ପ୍ରଥମ ଥର ପାଇଁ କରୋନା ଭୂତାଣୁ ଭାରିଆଂଟର ନାମକରଣ କଲା ହୁ : ଭାରତ ଭୂତାଣୁର ନାଁ ଦେଲା ଡେଲଟା; ଇଂଲଣ୍ଡ ଭୂତାଣୁର ନାଁ କାପା

ଦକ୍ଷିଣ ଆଫ୍ରିକା ଭୂତାଣୁ ବିଟା ଓ ବ୍ରାଜିଲ ଭୂତାଣୁ ଗାମା

371

କନକ ବ୍ୟୁରୋ : ପ୍ରଥମଥର ପାଇଁ କରୋନା ଭୂତାଣୁ ଷ୍ଟ୍ରେନ ନାମକରଣର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ । ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍ ବା ପ୍ରକାର- ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଆଂଟ ବୋଲି କୁହାଯିବାକୁ ନେଇ ଆପତି କରିଥିଲା ନୂଆଦିଲ୍ଲୀ । ଏବେ ଏହାର ନାମକରଣ ‘ଡେଲଟା’ ରଖିଛି ହୁ । ଏହା ପୂର୍ବରୁ ଇଂଲଣ୍ଡରେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ କାପା ରଖାଯାଇଛି ।

ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ବିଟା ଓ ବ୍ରାଜିଲ ଷ୍ଟ୍ରେନର ନାଁ ଗାମା ରଖାଯାଇଛି । ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଆଂଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୁହାଯାଉଛି ଗ୍ରୀକ ଶବ୍ଦରୁ ଏହିସବୁ ନାମକୁ ଅଣାଯାଇଛି । ପ୍ରାୟ ୨୪ଟି ଅକ୍ଷରକୁ ନେଇ ଆଲ୍ଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି । ଯେଉଁ ଦେଶରୁ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି, ସେହି ଦେଶ ସହିତ ନାମକରଣ କରିବା ପରେ ଆପତି ହୋଇଥିଲା । ତେଣୁ ସ୍ୱତନ୍ତ୍ର ନାମକରଣ କରି ହୁ ଏହି ବିବାଦକୁ ଦୂର କରିପାରିଛି ।