କନକ ବ୍ୟୁରୋ : ଆଜି ଅପରାହ୍ନରେ ନୋଇଡା ସେକ୍ଟର-୯୩(ଏ)ରେ ଥିବା  ଟ୍ୱିନ୍ ଟାୱାରକୁ ଧ୍ୱଂସ କରାଯିବ । ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଉଚ୍ଚା ଟାୱାରକୁ ମାଟିରେ ମିଶାଇ ଦିଆଯିବ । ସେପଟେ ସରକାରୀ ନିୟମକୁ ଅଣଦେଖା କରି ଏହି ଟାୱାର ନିର୍ମାଣ କରାଯାଇଥିବା କଥା କୁହାଯାଇଛି । ସେପଟେ ଏହି ଟ୍ୱାୱାରରେ ଫ୍ଲାଟ କିଣିଥିବା ଲୋକମାନେ ଟାୱାର ନିର୍ମାଣକାରୀ ସୁପରଟେକ୍ କମ୍ପାନୀ ବିରୋଧରେ ନିଜ ଖର୍ଚ୍ଚରେ ଆଇନର ଲଢେଇ ଏବେ ବି ଲଢୁଛନ୍ତି । ହେଲେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ନଭଚୁମ୍ଭୀ ଟାୱାରକୁ ଧ୍ୱଂସ କରାଯିବ ।

Advertisment

ଟ୍ୱିନ ଟାୱାରରେ ଫ୍ଲାଟ କିଣିବାକୁ ଶହ ଶହ ଲୋକ ଆଡଭାନ୍ସ ଦେଇଛନ୍ତି । ଗୋଟିଏ ପଟେ ଟାୱାର ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ଏପର୍ଯ୍ୟନ୍ତ ଅନେକ ଲୋକ ସେମାନଙ୍କ ଆଡଭାନ୍ସ ଟଙ୍କା ପାଇ ନାହାଁନ୍ତି । ଅନ୍ୟପଟେ ଏହି ଟାୱାର ଭଙ୍ଗାଯିବା ବେଳେ ଆଖ ପାଖରେ ରହୁଥିବା ଲୋକଙ୍କ ଘର କଣ ହେବ କେତେ ପ୍ରଦୁର୍ଷଣ ହେବ ତାହାକୁ ନେଇ ସ୍ଥାନୀୟ ଲୋକ ଏବେ ବି ଭୟଭିତ ଅଛନ୍ତି ।

୧୫ ବର୍ଷ ତଳେ ଏହି ଟାୱାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏହି ଟାୱାର ନିର୍ମାଣ ପାଇଁ ନୋଇଡା ଅରରେଟି ସୁପରଟେକ୍ କମ୍ପାନୀକୁ ୮୪,୨୭୩ ବର୍ଗ ମିଟର ଜମି ଦେଇଥିଲା । ସେତେବେଳେ ନୋଇଡା ଅଥରେଟିର ନିର୍ଦ୍ଦେଶ ଦେଇଥିଲା କି ଏହି ପ୍ରୋଜେକ୍ଟରେ ଗ୍ରାଉଣ୍ଡ ଫ୍ଲୋର ବ୍ୟତୀତ ୨୨ ତାଲା ମୁତାବକ ୧୬ ଟି ଟାୱାର ନିର୍ମାଣ କରାଯାଇ ପାରିବ । ଏହାପରେ ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଆଇନ ବଳପରେ ନିର୍ମାଣକାରୀ ସଂସ୍ଥା ୨୨ ମହଲା ବଦଳରେ ୨୪ ମହଲା କରିବା ସହ ଫ୍ଲାଟର ସାଇଜ୍ ୭୩ମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ ।

ଏସବୁକୁ କୋର୍ଟ ଆଖିବୁଜି ଦେଇଥିବା ବେଳେ ପୁଣି ନିର୍ମାଣକାରୀ କମ୍ପାନୀ ୨୪ ମହଲା ସ୍ଥାନରେ ୪୦ ମହଲା କୋଠା ନିର୍ମାଣ କରିବା ସହ ଫ୍ଲାଟର ସାଇଜ ୧୨୧ ମିଟର ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ଏହାପରେ କୋର୍ଟ ଏହି ବେଆଇନ ନିର୍ମାଣକୁ ବିରୋଧ କରିଥିଲା । କୋର୍ଟ ତରଫରୁ ଏକ ଯାଂଚ କମିଟି ବସାଯାଇଥିଲା । ଓ କମିଟିର ରିପୋର୍ଟ ଆଧାରରେ କୋର୍ଟ ଏହି ବିଶାଳ ଟାୱାରଙ୍କୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ନିର୍ମାଣକାରୀ କମ୍ପାନୀ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ବଳବତ୍ତର ରଖି ୨୦୨୨ ଅଗଷ୍ଟ ୨୮ ତାରିଖ ସୁଦ୍ଧା ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ଏଠି ପ୍ରଶ୍ନ ଉଠୁଛି କି ଏହି ଟାୱାର ଭାଙ୍ଗିବା ପରେ ଏଠାରେ ଫ୍ଲାଟ କିଣିଥିବା ଲୋକଙ୍କର କଣ ହେବ । ଟ୍ୱିନ୍ ଟାୱାରରେ ୭୧୧ ଜଣ ଲୋକ ଫ୍ଲାଟ୍ କିଣିଥିଲେ । ସେମାନଙ୍କ ମଧ୍ୟରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନିର୍ମାଣକାରୀ କମ୍ପାନୀ ସୁପରଟେକ ୬୫୨ ଜଣଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରିଦେଇଛି । ହେଲେ ବାକି ୫୯ ଜଣ ଗ୍ରାହକ ଏପର୍ଯ୍ୟନ୍ତ ସେମାନଙ୍କ ଜମା ଅର୍ଥ ପାଇପାରି ନାହାଁନ୍ତି ।