ଦୁଷ୍ମନ୍ତଙ୍କ ମୃତ୍ୟୁ ପଛରେ କିଏ ? କୁଜଙ୍ଗ ଥାନାରେ ମା’ଙ୍କ ଏତଲା

105

କନକ ବ୍ୟୁରୋ : ଦୁଷ୍ମନ୍ତଙ୍କ ମୃତ୍ୟୁ ପଛରେ କିଏ  ?  ଦୁଷ୍ମନ୍ତଙ୍କ  ମୃତ୍ୟୁ ନେଇ ତାଙ୍କ ମା ଜୟନ୍ତୀ ଦାସ କୁଜଙ୍ଗ ଥାନାରେ ଏତଲା  ଦେବା ପରେ  ଏହି ଘଟଣା ଏବେ ନୂଆ ମୋଡ ନେଇଛି ।  ବାସନ୍ତୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ବୁଧବାର ସକାଳେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ  କଟକ ବଡ ମେଡିକାଲରେ ପଂହଚି ବିଭିନ୍ନ କଥା କହି ଭୁବନେଶ୍ୱର ନେଇଥିଲେ ।  ପୁଅ ଗଲାବେଳେ କହିଥିଲା  ସେ ଭୁବନେଶ୍ୱର ଯାଉଛି, ସେଠୁ ଆସିଲେ  ଗାଁକୁ ଯିବେ ।  ଏହାର କିଛି ସମୟ ପରେ  ସେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ଜାଣିବାକୁ ପାଇଥିଲେ  । ତାଙ୍କ ପୁଅକୁ କଟକରୁ ନେଇ  ଯାଇଥିବା ବ୍ୟକ୍ତି  ଏଭଳି ହାତକାଟି, ବିଷ ପିଆଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ଏତଲାରେ ତାଙ୍କ ମା  ଅଭିଯୋଗ କରିଛନ୍ତି ।

ଏହାପରେ ପୁଲିସ  ଛାନଭିନ ଆରମ୍ଭ କରିଛି ।  ଦୁଷ୍ମନ୍ତଙ୍କ କହିବା କଥା ହେଲା ଜଗତସିଂହପୁର ଜିଲ୍ଲା କୁଜଙ୍କ ପଙ୍କପାଳ ଅଂଚଳର ଦୁଷ୍ମନ୍ତ ଦାସ ଗତବର୍ଷ ମାର୍ଚ୍ଚରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘରକୁ ଫେରୁଥିବା ବେଳେ ପିକଅପ୍ ଭ୍ୟାନ୍ ଧକ୍କାରେ ତାଂକ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଂକୁ ଜଗତସିଂହପୁର ମେଡିକାଲ ଓ ପରେ ଏସସିବିରେ ଭର୍ତି କରାଯାଇଥିଲା । ଏସସିବିରେ ଅସ୍ତ୍ରୋପଚାର ବି କରାଯାଇଥିଲା । ହେଲେ ଦୀର୍ଘଦିନ ପରେ ବି ଗୋଡ଼ରୁ ଯନ୍ତ୍ରଣା କମି ନଥିଲା । ବାମ ଗୋଡ଼ ସଠିକ ଭାବେ କାମ ନକରିବାରୁୁ ଚାଲିବା ବି ତାଂକ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ତେଣୁ ସେ  ଓ ପରିବାର ପାଇଁ ଇଛାମୃତ୍ୟୁ ଆବେଦନ  କରିଥିଲେ ।  ଆଉ ଏଥିପାଇଁ ସେ ସରକାରଙ୍କୁ ଟ୍ୱିଟ କରିଥିଲେ ।