କନକ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଆଉ ଗୋଟିଏ ଭାରତୀୟ କଫ୍ ସିରପକୁ ନେଇ ସତର୍କ କରିଛି । ସଂଗଠନ ପକ୍ଷରୁ ଇରାକରେ ସାମାନ୍ୟ ଥଣ୍ଡା, କାଶ ପାଇଁ ବ୍ୟବହାର ହେଉଥିବା ସିରପର ନମୂନା ଜୁଲାଇ ୧୦ ତାରିଖରେ ସଂଗ୍ରହ କରାଯାଇଥିଲା । ଏହାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଥିଲା । ଯାଞ୍ଚ ପରେ ଏହି ନମୂନା ଫେଲ ହୋଇଛି । ଭାରତରେ ପ୍ରସ୍ତୁତ ହେଉଥିବା ଏହି ସିରପ୍ ଡାୟାଥିଲିନ ଗ୍ଲାଇକୋଲ ଅବଂ ଏଥିଲିନ ଗ୍ଲାଇକୋଲର ମାତ୍ରା ଅଧିକ ଥିବା ଜଣାପଡିଛି । ଏହା ଦେହ ପାଇଁ ବେଶ କ୍ଷତିକାରକ । ଏହି ସିରପରେ ୦.୨୫ ପ୍ରତିଶତ ଡାୟାଥିଲିନ ଗ୍ଲାଇକୋଲ ଏବଂ ୨.୧ ପ୍ରତିଶତର ଏଥିଲିନ ଗ୍ଲାଇକୋଲ ରହିଛି ।

Advertisment

ରୟଟର୍ସରେ ପ୍ରକାଶିତ ଖବର ଅନୁସାରେ, ଡବ୍ଲୁଏଚଓ ସୋମବାର ସ୍ପଷ୍ଟ କରିଛି ଯେ ସିରପର ନିର୍ମାଣ ଫରଟର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଡେବିଲାଇଭ ଫାର୍ମ ପ୍ରାଇଭେଟ ଲିମିଟେଡ ପାଇଁ ପ୍ରସ୍ତୁତ ହୋଇଛି । ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ ସିରପରେ ଏଥିଲିନ ଗ୍ଲାଇକୋଲ ଏବଂ ଡାୟାଥିଲିନ ଗ୍ଲାଇକୋଲର ସୀମା ହେଉଛି ୦.୧୦ ପ୍ରତିଶତ । ଏହା ଛଡା ନିର୍ମାତା-ବିକ୍ରେତା ଉତ୍ପାଦକୁ ନେଇ ଡବ୍ଲୁଏଚଓର ସୁରକ୍ଷା ଏବଂ ଗୁଣବତ୍ତାର ଗ୍ୟାରେଣ୍ଟି ଦେଉନାହିଁ ।