ନନ୍ଦନକାନନରେ ଧଳା ବାଘୁଣୀ ବିଜୟା ମୃତ: ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧିନ ଥିଲା ବିଜୟା

ନନ୍ଦନକାନନରେ ଧଳା ବାଘୁଣୀ ବିଜୟା ମୃତ: ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧିନ ଥିଲା ବିଜୟା

କନକ ବ୍ୟୁରୋ: ନନ୍ଦନକାନନରେ ବିଜୟା ବାଘୁଣୀର ମୃତ୍ୟୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ବର୍ଷ ବିଜୟା ଧଳା ବାଘୁଣୀର ମୃତ୍ୟୁ ହୋଇଛି । ଗତ ୧୧ରୁ ବାଘୁଣୀ ଅସୁସ୍ଥ ହୋଇ ଖାଇବା ପିଇବା ବନ୍ଦ କରିଦେଇଥିଲା ବାଘୁଣୀ । ବାଘ ସଫାରୀରୁ ତାକୁ କ୍ୱାରେନଟାଇନ କକ୍ଷକୁ ଆଣି ଚିକିତ୍ସା କରାଯାଉଥିଲା । ତାକୁ ଆଂଟିବାୟୋଟିକ୍ ଓ ଆଂଟିଟ୍ରେସ୍ ଦେଇ ଚିକିତ୍ସା କରାଯାଇଥିଲା । ତେବେ ତାର ଅବସ୍ଥାରେ ସୁଧାର ଆସି ସେ ଖାଇବାପିଇବା କରିବାରୁ ତାକୁ ଗୁରୁବାର ଖୁଆଡକୁ ଅଣାଯାଇଥିଲା । ହେଲେ ସେଠାରେ ଆଜି ଶନିବାର ତାର ମୃତ୍ୟୁ ହୋଇଯାଇଛି । ବିଜୟା ଧଳା ବାଘୁଣୀର ମୋଟ ୭ଟି ଶାବକ ଜନ୍ମ ନେଇଛନ୍ତି । ବିଜୟ ଗତ ୨୦୧୦ ମାର୍ଚ୍ଚ ୧ତାରିଖରେ ସର୍ବାଧିକ ୨୨ବର୍ଷ ବଂଚିଥିବା ଧଳା ବାଘୁଣୀ କୁସୁମ ଗର୍ଭରୁ ଜନ୍ମ ନେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe