ଉପକୂଳ ଓଡିଶାରେ ଜମୁଛି ଧଳା ଜହର ବେପାର : ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଟିଏଫ୍ ;  ୩ ଜଣ ଗିରଫ

83

କନକ ବ୍ୟୁରୋ : ବାଲେଶ୍ୱରରେ ଧରାପଡିଲା କୋଟିଏ ଟଙ୍କାର ଧଳାଜହର । ବିଶେଷ ସୂତ୍ରରୁ ସୂଚନା ପାଇଁ ଏସଟିଏଫ୍ ଓ ବାଲେଶ୍ୱର ପୋଲିସ ହୋଟେଲ୍ ଜ୍ୟୋତି ସାଗର ନିକଟରେ ଚଢାଉ କରିଥିଲେ । ଏକ କେଜି ୧୦୫ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିବା ସହ ନଗଦ ୮୫ ହଜାର ୬୮୦ ଟଙ୍କା ଜବତ କରିଥିଲେ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୩ ଜଣ ହେଉଛନ୍ତି ଅରଡବଜାରର ଏସକେ ଜାମିର ଓରଫ୍ ଛୋଟୁ, ନୟାବଜାରର ପ୍ରଭାତ ସେଠୀ , କାଶୀମିଳାର ଯଶୋବନ୍ତ ବାଗ୍ ।