ପ୍ରକାଶ ପାଇଲା ୨୦୨୦ ବର୍ଷ ପାଇଁ ଗୃହ ବିଭାଗର ଶ୍ୱେତପତ୍ର : ରହିଛି ଲୁଣ୍ଠନ, ଦୁଷ୍କର୍ମ, ଚୋରି ଭଳି ଅପରାଧର ତଥ୍ୟ

୧ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲାରୁ ୧ଲକ୍ଷ ୧୦ ହଜାର ୭୪୧ ଆଇପିସି ପଞ୍ଜିକୃତ

119

କନକ ବ୍ୟୁରୋ : ପ୍ରକାଶ ପାଇଲା ଗୃହବିଭାଗର ୨୦୨୦ର ଶ୍ୱେତପତ୍ର । ଶ୍ୱେତପତ୍ରରେ ରହିଛି ରାଜ୍ୟରେ ଅପରାଧର ଲାଲଚିତ୍ର । ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ତଥ୍ୟ ଏଥିରେ ରହିଛି । ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୩୦ଟି ପଞ୍ଜିକୃତ ମାମଲା ଆସିଥିଲା । ସେଥିମଧ୍ୟରୁ ୧ ଲକ୍ଷ ୧୦ ବଜାର ୭୪୧ଟି ମାମଲା ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା । ୨୦୨୦ରେ ୩ ହଜାର ୭୭ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ୨୦୫୯ ଦଙ୍ଗା ମାମଲା, ୩୫୨୪ ପ୍ରତାରଣା ମାମଲା, ୨୯ ଶହ ୮୪ଟି ଦୁଷ୍କର୍ମ ମାମଲା ରହିଛି ।

୨୦୨୦ରେ ୪ ହଜାର ୮୮୮ଟି ଯୌତୁକଜିନିତ ମାମଲା ରୁଜୁ କରାଯାଇଛିା ମୋଟ ୧୦ ହଜାର ୪୧୨ଟି ଚୋରି ମାମଲା ପଞ୍ଜିକୃତ ହୋଇଛି । ସେହିଭଳି ୪୫୦୦ ଟି ସିନ୍ଧି ଚୋରି ହୋଇଛି । ଲୁଣ୍ଠନ ମାମଲା ରହିଛି ୨୧ ଶହ ୬୬ । ସେହିଭଳି ଏକ ହଜାର ୪୭୦ ହତ୍ୟା ମାମଲାରୁ ୧୩୯୨ ମାମଲା ସତ୍ୟ ଓ ଏଥିମଧ୍ୟରୁ ୬୯୪ ମାମଲାରେ ଦୋଷାରପ ଫର୍ଦ୍ଦ ଦାଖଲ କରାଯାଇଛି । ସେହିଭଳି ୫୧୪ଟି ଡକାୟତି ମାମଲା ରୁଜୁ କରାଯାଇଛି । କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭାଗ ସଫଳ ହୋଇଥିବା ଶ୍ୱେତପତ୍ରରେ ଦର୍ଶାଯାଇଛି ।

କାର୍ଯ୍ୟ ସମ୍ପାଦନ ସମୟରେ ୮ହଜାର ୯୦୨ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ । ଆଉ କର୍ତବ୍ୟ ସମ୍ପାଦନ ସମୟରେ ୪୮ ଜଣ ପ୍ରାଣ ହରାଇଛନ୍ତି । କରୋନାରୁ ସୁସ୍ଥ ହେବା ପରେ ହଜାରେ ୨ ଜଣ ପ୍ଲାଜମା ଦାନ କରିଛନ୍ତି । ୨୦୨୦-୨୧ ମସିହାରେ ପୁଲିସ ପକ୍ଷରୁ ୧୮ ଥର ଗୁଳିଚାଳନା କରାଯାଇଛି । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୩୪ ଜଣଙ୍କୁ ଗିରଫ କରାଯାଇଛି । ୫ଜିଲ୍ଲାକୁ ମାଓମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଛି ।