ଭିତରକନିକାରେ ଅଣ୍ଡା ଦେଲା ଧଳା କୁମ୍ଭୀର ମଲ୍ଲୀ  । ଅଣ୍ଡାଦାନ ପରେ ବସାରେ ଜଗି ରହିଛି ମଲ୍ଲୀ, ମାଆ ହେବାକୁ ନେଇ ବଢିଲା ଆଶା ।

110

କନକ ବ୍ୟୁରୋ :  ଭିତରକନିକାରେ ଗୋରୀ ପରେ ଅଣ୍ଡା ଦେଲା ମଲ୍ଲୀ । ଡାଙ୍ଗମାଳ ସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ମଲ୍ଲୀ ମାଆ ହେବ । ଆବଦ୍ଧ ପୋଖରୀ ମଧ୍ୟରେ ନିସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ଅଣ୍ଡା ଦେଇଛି । ଅଣ୍ଡା ଦେବା ପରେ ମଲ୍ଲୀ ତାର ବସାକୁ ଜଗି ରହିଛି । ଭିତରକନିକା ଜାତୀୟ ଉଦ୍ୟାନର ଦ୍ୱିତୀୟ ଧଳା କୁମ୍ଭୀର ମଲ୍ଲୀ । ଏହି ଖବର ଏବେ ବନବିଭାଗରେ ଖୁସି ଖେଳାଇ ଦେଇଛି ।

 ୨୦୧୮ ମସିହାରେ ମଲ୍ଲୀ ୧୮ଟି ଅଣ୍ଡା ଦେଇଥିଲା । ମାତ୍ର ସେଥିରୁ ଛୁଆ ବାହାରି ନଥିଲା । ମଲ୍ଲୀକୁ ଏବେ ୧୮ ବର୍ଷ ହେବା ପରେ ଦ୍ୱିତୀୟ ଥର ପାଇଁ କୁମ୍ଭୀର ପ୍ରଜନନ ଋତୁରେ ଅଣ୍ଡା ଦେଇଛି । ଭାରତର ପ୍ରଥମ ଧଳା କୁମ୍ଭୀର ଗୋରୀ ଜନ୍ମ ହେବାର ୪୬ ବର୍ଷ ପରେ ବି ମାଆ ହୋଇପାରିନାହିଁ । ଧଳା କୁମ୍ଭୀର ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖା ଯାଅନ୍ତି ନାହିଁ ।

Comments are closed.