କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ବିବାଦ ଏବେ ଭିନ୍ନ ରୂପରେ ସାମ୍ନାକୁ ଆସିଛି । ଯେତେବେଳେ ଆତଙ୍କବାଦୀ ସଂଗଠନ ହମାସ, ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼ କରୁଛି । ଏହାର ଜବାବରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ସହ ହମାସର ଠିକଣା ଉପରେ ବୋମା ଓ ମିସାଇଲ ମାଡ଼ କରିଛି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏଭଳି ଗଣହତ୍ୟାର ଚିତ୍ର ସାମ୍ନାକୁ ଆସିଛି । ଯାହା ଗତ ୫୦ ବର୍ଷ ମଧ୍ୟରେ ଦେଖିବାକୁ ମିଳିନଥିଲା । ବର୍ତମାନ ସୁଦ୍ଧା ଉଭୟ ପକ୍ଷରୁ ୫ଶହରୁ ଅଧିକଙ୍କ ଜୀବନ ଗଲାଣିି । ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣରେ ଇସ୍ରାଏଲରେ ୨୫୦ରୁ ଅଧିକ ମୃତ୍ୟୁ ଓ ୧୫ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ୫୦ରୁ ଅଧିକ ସାଧାରଣ ନାଗରିକ ଓ ସୈନିକଙ୍କୁ ହମାସ୍ ବନ୍ଦୀ ରଖିଥିବା କୁହାଯାଉଛି । ହମାସ ଆକ୍ରମଣରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କମାଣ୍ଡର ନହଲ ବ୍ରିଗେଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ହମାସର ଆକ୍ରମଣ ପରେ ପ୍ରଚଣ୍ଡ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ଯୁଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଆଇରନ ସୋର୍ଡ । ଗାଜାରେ ଇସ୍ରାଏଲ ଯୁଦ୍ଧବିମାନ ପକ୍ଷରୁ ବୋମା ବର୍ଷା କରାଯାଉଛି । ଏଥିରେ ପାଲେଷ୍ଟାଇନର ୩ ଶହରୁ ଅଧିକ ମୃତ ଓ ୧୭ଶହରୁ ଅଧିକ ଆହତ ହୋଇଛନ୍ତି । ଶନିବାର ସକାଳୁ ଇସ୍ରାଏଲରେ ଘନ-ଘନ ଆକ୍ରମଣ ଆରମ୍ଭ କରିଥିଲା ଆତଙ୍କୀ ସଂଗଠନ ହମାସ । ଏଥିରେ ଇସ୍ରାଏଲର ଅନେକ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ସ୍ଥିତି ଏବେବି ଅସ୍ପଷ୍ଟ ରହିଛି । ଇସ୍ରାଏଲର କିଛି ଜାଗାରେ ଆତଙ୍କୀ ଓ ସେନା ମଧ୍ୟରେ ଏବେବି ଲଢ଼େଇ ଜାରି ରହିଥିବା କୁହାଯାଉଛି । ହମାସର ଆକ୍ରମଣ ପରେ ମହାଯୁଦ୍ଧ ଆଡକୁ ମୁହାଁଇଛି ମଧ୍ୟପ୍ରାଚ୍ୟ । ଆଉ ପାଲେଷ୍ଟାଇନ ଓ ଇସ୍ରାଏଲର ଯୁଦ୍ଧ ଭିତରେ ବିଶ୍ୱ ଦୁଇ ଭାଗ ହୋଇଯାଇଛି । ଭାରତ, ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିଥିବା ବେଳେ ମୁସଲିମ ରାଷ୍ଟ୍ର ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି ।

Advertisment

ଇସ୍ରାଏଲ-ହମାସ୍ ଯୁଦ୍ଧ
ଏଯାଏଁ ହେଲାଣି କ’ଣ?
- ଇସ୍ରାଏଲରେ ଗଲାଣି ୩୦୦ରୁ ଅଧିକ ଜୀବନ
- ପାଲେଷ୍ଟାଇନ୍ର ମଧ୍ୟ ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ
- ଯୁଦ୍ଧରେ ଉଭୟ ପକ୍ଷର ୩୦୦୦ରୁ ଅଧିକ ଆହତ
- ଇସ୍ରାଏଲ୍ର ୧୫୦୦ରୁ ଅଧିକ ଓ ପାଲେଷ୍ଟାଇନ୍ର ୧୭୦୦ରୁ ଅଧିକ ଆହତ
- ଇସ୍ରାଏଲ ଡିଫେନ୍ସ ଫୋର୍ସ କମାଣ୍ଡରଙ୍କ ମୃତ୍ୟୁ
- ଇସ୍ରାଏଲର ୨୨ଟି ସ୍ଥାନରେ ଏବେ ବି ଲଢେଇ ଜାରି
- ଗତକାଲି ୫ ହଜାର ରକେଟ୍ ମାଡ଼ କରିଥିଲା ହମାସ
- ପାଲେଷ୍ଟାଇନ୍ର ୧୭ଟି ମିଲିଟାରୀ କ୍ୟାମ୍ପ ଓ ୪ଟି ମିଲିଟାରୀ ହେଡକ୍ୱାର୍ଟର ଧ୍ୱଂସ
- ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ ବନ୍ଦ ପାଇଁ ଅପିଲ କରିଛି ସାଉଦି ଆରବ

ଏବେ ନଜର ପକାନ୍ତୁ, ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ କାହିଁକି ପୁଣି ଯୁଦ୍ଧ ଆରମ୍ଭ ହୋଇଛି । କେଉଁ କାରଣକୁ ନେଇ ଦୁଇ ପଡୋଶୀ ଦେଶ ମଧ୍ୟରେ ବିବାଦ ରହିଛି ।

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଚେତାବନୀ । ହମାସକୁ ଚେତାବନୀ ଦେଇ କହିଛନ୍ତି, ତାଙ୍କର ଆଡ୍ଡାକୁ ଧୂଳିସାତ୍ କରିଦେବେ । ଗାଜା ସହରରେ ସେମାନେ ଲୁଚି ରହିଥିବା ସ୍ଥାନକୁ ମାଟିରେ ମିଶାଇ ଦେବେ । ଗାଜାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇ ଯିବା ପାଇଁ କହିଛନ୍ତି । ସେ ତୁରନ୍ତ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବାରୁ ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ଟ୍ୱିଟ୍ କରି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଶନିବାର ଏସ୍ରାଏଲ ଉପରେ ଆକ୍ରମଣ ପରେ ସାମ୍ନାକୁ ଆସିଥିଲେ ନେତନ୍ୟାହୁ । କହିଥିଲେ, ଆମେ ଯୁଦ୍ଧରେ ଅଛୁ, ଅପରେସନ୍ରେ ନୁହଁ । ହମାସ, ଇସ୍ରାଏଲ ରାଜ୍ୟ ଓ ସେମାନଙ୍କ ନାଗରିକଙ୍କ ବିରୋଧରେ ମରଣାନ୍ତକ ଆକ୍ରମଣ କରିଛି ।