କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଅଘଟଣ । ବସ୍ ଷ୍ଟାଣ୍ଡରେ ବସିଥିବା ବେଳେ ହଠାତ୍ ମାଡିଗଲା ବସ୍ । ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ବିଜୟୱାଡା ସ୍ଥିତ ପଣ୍ଡିତ ନେହେରୁ ବସ୍ ଷ୍ଟେସନ୍ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ପରବିହନ କର୍ପୋରେସନ୍ର ବସ୍ ମାଡି ଯାଇ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ସମୟର ସିସି ଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ସିସି ଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି ବସ୍ ଚଢିଯିବା ସମୟର ଦୃଶ୍ୟ । ବସ୍ ଷ୍ଟେସନ୍ରେ ଯାତ୍ରୀ ବସି ଥିବାବେଳେ ହଠାତ୍ ବସ୍ଟି ମାଡି ଆସିଥିଲା । ରାସ୍ତାରୁ ବସ୍ ଷ୍ଟେସନ୍ ଉପରକୁ ଚଢି ଯାଇଥିଲା ସରକାରୀ ବସ୍ଟି । ଏଥିରେ ସାଇଡ୍ରେ ଚାଲି ଚାଲି ଯାଉଥିବା ଜଣେ ମହିଳା ସମେତ ବସ୍ ଷ୍ଟେସନ୍ରେ ବସିଥିବା ଅନ୍ୟ ୨ ଯାତ୍ରୀ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଏଥିସହ ଅନେକ ଯାତ୍ରୀ ଆହତ ହୋଇଥିବା ମଧ୍ୟ ଜଣାପଡିଛି ।