ତୃଣମୂଳ କଂଗ୍ରେସର ନୂଆ ରଣନୀତି : ଏଣିକି ଫୋନରେ କାର୍ଯ୍ୟକର୍ତ୍ତା ‘ହ୍ୟାଲୋ’ ସ୍ଥାନରେ କହିବେ ‘ଜୟ ବାଙ୍ଗଲା, ଜୟ ହିନ୍ଦ’

423

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାମନାରେ ଜୟ ଶ୍ରୀରାମ ନାରା ଲଗାଇବା ପରେ ତୃଣମୂଳ କଂଗ୍ରେସ ନୂଆ ଉପାୟ ବାହାର କରିଛି । ତୃଣମୂଳ କଂଗ୍ରେସ ପକ୍ଷରୁ ଅଫିସିଆଲ ଭାବେ କୁହାଯାଇଛି କି, ଯେବେ ବି ଦଳର କାର୍ଯ୍ୟକର୍ତ୍ତା ଫୋନ୍ ଉଠାଇବେ, ତେବେ ଜୟ ବାଙ୍ଗଲା, ଜୟ ହିନ୍ଦ କହିବେ । ତୃଣମୂଳ କଂଗ୍ରେସ ପକ୍ଷରୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଗୋଟିଏ ନୋଟିସ୍ ଜାରି କରି କୁହାଯାଇଛି କି, ଏବେ କାର୍ଯ୍ୟକର୍ତ୍ତା ଫୋନରେ ‘ହ୍ୟାଲୋ’ ସ୍ଥାନରେ ଜୟ ବାଙ୍ଗଲା, ଜୟ ହିନ୍ଦର ବ୍ୟବହାର କରିବେ । ଏହି ଚାରୋଟି ଶବ୍ଦ ପରେ ହିଁ କାର୍ଯ୍ୟକର୍ତ୍ତା ଆଗକୁ କଥା ବଢ଼େଇବେ ।

ଚନାଯୋଗ୍ୟ, ଗୁରୁବାର ଦିନ ମମତା ବାନାର୍ଜୀଙ୍କ ସାମନାରେ କିଛି ଲୋକ ଜୟ ଶ୍ରୀରାମ ନାରା ଲଗାଇଥିଲେ । ମମତା ବାନାର୍ଜୀଙ୍କ ଟିମ୍ ଉତ୍ତର ପ୍ରଗଣା ଜିଲ୍ଲାରେ ବୁଲୁଥିବା ସମୟରେ କିଛି ଲୋକ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଯେଉଁଥିପାଇଁ ମମତା ଉତକ୍ଷିପ୍ତ ହୋଇ ଉଠିଥିଲେ ଏବଂ ବିଜେପି ଗୁଣ୍ଡା ବୋଲି କହିଥିଲେ । ଚମଡା ଉତାରି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ।