କନକ ବ୍ୟୁରୋ: ସେଲୁନ୍ ବା ବିୟୁଟି ପାର୍ଲରରେ ପାଣି ସ୍ପ୍ରେ କରି ଚୁଟି କଯାଯିବା କଥା ଆପଣ ଜାଣିଥିବେ । ହେଲେ ଯଦି ଆପଣଙ୍କ ଚୁଟିରେ ଛେପ ପକାଇ ଚୁଟି କଟାଯାଏ କ’ଣ କରିବେ ରାଗିଯିବେ ନାଁ । ଏମିତି କିଛି ଘଟିବା ପରେ ଷ୍ଟେଜ୍ ଉପରେ ଜଣେ ମହିଳା ରାଗିଯାଇଥିଲେ । ଆଉ ଏପରି ଅଜବ କାଣ୍ଡ କରିଥିଲେ ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବ ।
ଏକ ୱାର୍କସପ୍ରେ ଡେମୋ କରୁଥିବାବେଳେ ଜଣେ ମହିଳାଙ୍କ ଚୁଟିରେ ଛେପ ପକାଇ ଚୁଟି କାଟିବାକୁ ପ୍ରସ୍ତୁତ ହୋଇଥିଲେ । ଏଥିରେ ଉପସ୍ଥିତ ଲୋକେ କିଛି କହିବାରୁ ଏହା ଛୋପ ନୁହେଁ ବରଂ ଏଥିରେ ଶକ୍ତି ଅଛି ବୋଲି କହିଥିଲେ ଜାୱେଦ୍ ।
The women on whose head Jawed Habib spat, describes the public humiliation.
If publicly they are spitting on the head, don't know what else they must be using in their salon products. Only a dumb fool will go for a hair cut in #JawedHabib saloon. pic.twitter.com/f6nQySwItg
— Radharamn Das राधारमण दास (@RadharamnDas) January 6, 2022
ଏହି ଭିଡିଓକୁ ମହିଳା ଜଣକ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଜାୱେଦ ତାଙ୍କୁ ସମସ୍ତଙ୍କ ଆଗରେ ଅପମାନିତ କରିଛନ୍ତି । ତାଙ୍କ ପରି ଜଣେ ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଯଦି ସର୍ବ ସମକ୍ଷରେ ତାଙ୍କ ଚୁଟିରେ ଛୋପ ପକାଇ ପାରୁଛନ୍ତି ତେବେ ନିଜ ସେଲୋନରେ ସେ ଗ୍ରାହକଙ୍କ ସହ କ’ଣ କରୁନଥିବେ । ଏହାସହ ତାଙ୍କର ପ୍ରଡକ୍ଟ ଗୁଡିକରେ ସେ କି କି ଦ୍ରବ୍ୟ ସବୁ ବ୍ୟବହାର କରୁଥିବେ ତାହା ସ୍ପଷ୍ଟ ଅ୍ରନୁମେୟ । ଗଳିର କ୍ୟାବିନରେ ଚୁଟି କାଟୁଥିବା ଲୋକ ପାଖରେ ପଛେ ଚୁଟି କାଟିବ ହେଲେ ଜାୱେଦଙ୍କ ପାଖରେ କେବେ ଚୁଟି ନକାଟିବାକୁ ସେ ସମସ୍ତଙ୍କୁ କହିଛନ୍ତି ।