ଟଳିଗଲା ବଡ଼ ବିପଦ, ଅଳ୍ପକେ ବର୍ତ୍ତିଲେ ଯବାନ । କମ୍ବିଂବେଳେ ଜଙ୍ଗଲରୁ ୫ ଟିଫିନ୍ ବୋମା ଠାବ କଲେ ବିଏସଏଫ ଯବାନ 

135

କନକ ବ୍ୟୁରୋ: ଟଳିଗଲା ଅଘଟଣ, ବଡ଼ ଅଘଟଣରୁ ବର୍ତିଲେ ସୀମା ସୁରକ୍ଷା ବଳ । କମ୍ବିଂ ଅପରେସନ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍  । ମାଲକାନଗିରି ପଡ଼ିଆ ଥାନା କମାରଗୁଡା ଜଙ୍ଗଳରୁ ୫ଟି ଟିଫିନ୍ ବୋମା ଜବତ କରିଛନ୍ତି ବିଏସଏଫ ଯବାନ ।  ଯବାନମାନେ  ସେହି ଅଞ୍ଚଳରେ କମ୍ବିଂ ଅପରେସନ କରୁଥିବା ବେଳେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଏହି ବମଗୁଡ଼ିକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଏହା ପରେ ବୋମା ନିଷ୍କ୍ରିୟ ଟିମକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ଉଦ୍ଧାର ବମଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିବାର ସୂଚନା ମିଳିଛି । ସେହି ଅଞ୍ଚଳ ଛତିଶଗଡ଼କୁ ଲାଗି ରହିଥିବାରୁ ସୁରାକ୍ଷା ବାହିନୀକୁ ଟାର୍ଗେଟ କରି ନକ୍ସଲମାନେ ଏହି ବମ୍ ଜଙ୍ଗଲରେ ପୋତିଥିବାର ଅନୁମାନ କରାଯାଉଛି ।